ନୂଆଦିଲ୍ଲୀ: ବିବାହ ଓ ହନିମୁନ୍ ସାରି ଶେଷରେ ଦେଶକୁ ଫେରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦିଲ୍ଲୀଠାରେ ସଂପକୀୟ ଏବଂ ପରିଚିତମାନଙ୍କୁ ସେମାନଙ୍କ ବିବାହ ଭୋଜି ପାଇଁ ଗତକାଲି ରାତିରେ ନିମନ୍ତ୍ରିତ କରିଥିଲେ। ସେହି ଭୋଜିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଭୋଜିରେ ବିରୁଷ୍କାଙ୍କୁ ଭେଟି ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣେଇବା ସହିତ ସେ ଦୁହିଁଙ୍କୁ ଦୁଇଟି ଗୋଲାପ ଫୁଲ୍ ଅର୍ପଣ କରିଛନ୍ତି।
ଉଲ୍ଳେଖଯେଗ୍ୟ, ବିରୁଷ୍କାଙ୍କ ଭୋଜିର ନିମନ୍ତ୍ରଣ ପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ତେବେ ସମସ୍ତେ ଜାଣିବାକୁ ପାଇଥିଲେ ଯେ ଭୋଜି ହୋଇଥିଲା ତାଜ୍ ଡିପ୍ଲୋମେଟିକ୍ ଏନ୍କ୍ଲେଭ୍ର ଦରବାର ହଲ୍ରେ। ତାଙ୍କର ଏହି ଭୋଜିରେ ଯୋଗ ଦେବା ପାଇଁ ବିରୁଷ୍କା ବୁଲି ବୁଲି ତାଙ୍କର ବନ୍ଧୁ ସଂପର୍କୀୟମାନଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମଧ୍ୟ ନିମନ୍ତ୍ରଣ ଦେଇଥିଲେ। ଏହି ଭୋଜିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବହୁ ରାଜନେତା, କ୍ରିକେଟ୍ ତାରକା ଏବଂ ବଡ଼ ବଡ଼ ସେଲିବ୍ରିଟ୍ ଯୋଗ ଦେଇଥିଲେ।
Follow Us