ହରମନ୍‌ପ୍ରୀତ୍‌ ଭାରତୀୟ ଟେ୍ଵଣ୍ଟି-୨୦ ଦଳର ଅଧିନାୟିକା

Advertisment
ହରମନ୍‌ପ୍ରୀତ୍‌ ଭାରତୀୟ ଟେ୍ଵଣ୍ଟି-୨୦ ଦଳର ଅଧିନାୟିକା

ନୂଆଦିଲ୍ଲୀ, : ଭାରତୀୟ ମହିଳା କ୍ରିକେଟ୍‌ ଦଳ ଦ୍ୱିପାକ୍ଷିକ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବା ଲାଗି ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ଏହି ଗସ୍ତରେ ଭାରତ ୩ ଦିନିକିଆ ଏବଂ ୫ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ମିତାଲି ରାଜଙ୍କୁ ଦିନିକିଆ ଦଳର ନେତୃତ୍ୱ ମିଳିଥିଲା ବେଳେ ମଙ୍ଗଳବାର ହରମନ୍‌ପ୍ରୀତ୍‌ କୌରଙ୍କୁ ବିସିସିଆଇ ଟେ୍ଵଣ୍ଟି-୨୦ ଦଳର ଦାୟିତ୍ୱ ଦେଇଛି। ହରମନ୍‌ପ୍ରୀତ୍‌ଙ୍କୁ ସହଯୋଗ କରିବା ଲାଗି ସ୍ମୃତି ମାନ୍ଧାନା ଉପ-ଅଧିନାୟିକା ରହିଛନ୍ତି। ଏହି ୧୫ ଜଣିଆ ଦଳରେ ନୂତନ ଖେଳାଳି ଅଲ୍‌ରାଉଣ୍ଡର୍‌ ରାଧା ଯାଦବ ଏବଂ ଓ୍ଵିକେଟ୍‌ ରକ୍ଷିକା ନୂଜାତ ପର୍ବିନ୍‌ଙ୍କୁ ସାମିଲ କରାଯାଇଛି। ଫେବ୍ରୁଆରି ୫ ତାରିଖରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁଥିଲା ବେଳେ ୧୩ ତାରିଖରୁ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ।
ଦଳ: ହରମନ୍‌ପ୍ରୀତ୍‌ କୌର (ଅଧିନାୟକା), ସ୍ମୃତି ମାନ୍ଧନା, ମିତାଲି ରାଜ, ଭେଦା କୃଷ୍ଣମୃର୍ତ୍ତି. ଜେମିମା ରୋଦ୍ରିଗୁଏଜ୍‌, ଦୀପ୍ତି ଶର୍ମା, ଅନୁଜା ପାଟିଲ, ତାନିଆ ଭାଟିଆ, ନୂଜାତ ପର୍ବିନ୍‌, ପୂନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍‌, ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ପୂଜା ଭାଷ୍ଟ୍ରାକର, ରାଧା ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe