ଏନ୍‌ଆଇଏସ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣିଲେ ହିମା

Advertisment
ଏନ୍‌ଆଇଏସ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣିଲେ ହିମା

DNA India

ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଷ୍ଠାନ ଭାବେ ଗଣାଯାଉଥିବା ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ (ଏନ୍‌ଏସ୍‌-ଏନ୍‌ଆଇଏସ୍‌) ନାଁରେ ଏବେ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ତାରକା ସ୍ପ୍ରିଣ୍ଟର ହିମା ଦାସ ଏବଂ ଅନ୍ୟ କେ‌େତକ ଆଥ୍‌ଲେଟ୍‌। ପ୍ରତିଷ୍ଠାନରେ  ନିମ୍ନମାନର ଖାଦ୍ୟ ମିଳୁଥିବା ସେମାନେ ମିଳିତ ଭାବେ  ଅଭିଯୋଗ କରିଛନ୍ତି। ଅଗଷ୍ଟ ମଧ୍ୟଭାଗରୁ ଏନ୍‌ଆଇଏସ୍‌ ମେସ୍‌ରେ ନିମ୍ନମାନର ଖାଦ୍ୟ ରନ୍ଧା ହେଉଛି ଏବଂ ପରଷା ଯାଉଛି ବୋଲି ଆଥ୍‌ଲେଟ୍‌ମାନେ ଅଭିଯୋଗ କରିଛନ୍ତି।  ଅସ୍ବାସ୍ଥ୍ୟକର ରୋଷଘର ପରିବେଶକୁ ଆଥ୍‌ଲେଟ୍‌ମାନେ ବିରୋଧ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାପରେ ଭ‌ାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପଦ‌କ୍ଷେପ ନେଇଛି। ଅଭିଯୋଗର ଯାଞ୍ଚ କରିବା ଲାଗି ଏକ ‘ଖାଦ୍ୟ ତଦନ୍ତ ସମିତି’ ଗଠନ କରିଛି। ହିମାଙ୍କ ଅଭିଯୋଗ ‌ଯେ ତାଙ୍କୁ ମିଳିଥିବା ଖାଦ୍ୟରୁ ମଣିଷ ନଖ ବାହାରିଥିଲା। ଏହାର ‌ଫଟୋକୁ ନିଜ ମୋବାଇଲ୍‌ରେ ଉଠାଇ ଏନ୍‌ଆଇଏସ୍‌ ଅଧିକାରୀଙ୍କୁ ପଠାଇଥିଲେ ସେ। ଏଥିସହ ହିମା ଏହି ଘଟଣାକୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ନଜରକୁ ମଧ୍ୟ ଆଣିଥିଲେ। ଅଭିଯୋଗ ପାଇବା ପରେ ରିଜିଜୁ ତଦନ୍ତ ଲାଗି ସାଇ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଗତ ମାସ ମଧ୍ୟଭାଗରେ ପାତିଆଲାସ୍ଥିତ ଏନ୍‌ଏସ୍‌-ଏନ୍‌ଆଇଏସ୍‌ର କିଛି ଖେଳାଳି ଆମକୁ ନିମ୍ନମାନର ଖାଦ୍ୟ ନେଇ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ଶୀଘ୍ର ସମାଧାନ ଲାଗି ଖେଳାଳି ଓ ଆମ ଅଧିକାରୀ ମଧ୍ୟରେ ଏକ ଭର୍ଚୁଆଲ୍‌ ବୈଠକ କରିଥିଲୁ। ଏଥିରେ ‌‌ସେମାନଙ୍କୁ ଉନ୍ନତମାନର ଖାଦ୍ୟ ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଥିଲୁ। ଏହାପରେ ଖେଳାଳିମାନେ ସେମାନଙ୍କ ପସନ୍ଦର ଏବଂ ଆବଶ୍ୟକ ଅନୁଯାୟୀ ଖାଦ୍ୟ ପାଉଛନ୍ତି ବୋଲି ଅମକୁ କହିଥିବା ସାଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe