ଏସୀୟ କ୍ରୀଡ଼ା: ୪୦୦ ମିଟର ଦୌଡ଼ରେ ହିମା ଦାସ ଆଣିଲେ ଭାରତକୁ ରୌପ୍ୟ ପଦକ

Advertisment
ଏସୀୟ କ୍ରୀଡ଼ା: ୪୦୦ ମିଟର ଦୌଡ଼ରେ ହିମା ଦାସ ଆଣିଲେ ଭାରତକୁ ରୌପ୍ୟ ପଦକ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡ଼ାରେ ଭାରତର ହିମା ଦାସ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ଅଷ୍ଟମ ଦିନରେ ରବିବାର ହିମା ଦାସ ମହିଳା ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ହିମା ଜିବିକେ ଷ୍ଟାଡିୟମରେ ରବିବାର ଆୟୋଜିତ ଫାଇନାଲ ୫୦.୭୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ବାହାରିନ ପ୍ରତିଯୋଗୀ ନାସିର ୫୦.୯ ସେକେଣ୍ଡରେ ୪୦୦ ମିଟର ଦୌଡ଼ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଖାଜକସ୍ତାନର ଏଲିନା ମିଖିନାଙ୍କୁ କାଂସ୍ୟ ପଦକ ମିଳିଛି। ଏହି ସ୍ପର୍ଦ୍ଧାରେ ଭାରତୀୟ ଆଥଲେଟିକ ନିର୍ମଳାଙ୍କୁ ୪ର୍ଥ ସ୍ଥାନ ମିଳିଛି।

ପୁରୁଷ ୪୦୦ ମିଟର ପ୍ରତିଯୋଗିତାର ଫାଇନାଲରେ ଭାରତର ଧାବକ ମହମ୍ମଦ ଅନସ ୟାହିୟା ରୌପ୍ୟ ପଦକ ଜିତିଛନ୍ତି। ଅନସ ୪୫.୬୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରିଥିଲେ। କତାର ପ୍ରତିଯୋଗୀ ଅବ୍ଦାଲେହ ହାସନ ୪୪.୮୯ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe