ଅଷ୍ଟ୍ରେଲିଆ ଖବରକାଗଜରେ ହିନ୍ଦୀ, ପଞ୍ଜାବୀ ଓ କୋହଲି

Advertisment

ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଆରମ୍ଭ ହେବାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବିରାଟ କୋହଲି ପର୍ଥରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେବା ତାଙ୍କ ପ୍ରଭାବକୁ ପ୍ରମାଣିତ କରିଛି।

ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଆରମ୍ଭ ହେବାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବିରାଟ କୋହଲି ପର୍ଥରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେବା ତାଙ୍କ ପ୍ରଭାବକୁ ପ୍ରମାଣିତ କରିଛି।

sfsfsrrr

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଆରମ୍ଭ ହେବାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବିରାଟ କୋହଲି ପର୍ଥରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେବା ତାଙ୍କ ପ୍ରଭାବକୁ ପ୍ରମାଣିତ କରିଛି। ପ୍ରଶଂସକଙ୍କୁ କୋହଲି ଢେର ମନୋରଂଜନ ଯୋଗାଇ ଆସିଥିବାରୁ ଏହି ସବୁ ଗଣମାଧ୍ୟମ ମଧ୍ୟ ହିନ୍ଦୀ ଓ ପଞ୍ଜାବୀରେ ଶିରୋନାମା ରଖି ଚର୍ଚ୍ଚାକୁ ଆସିଛନ୍ତି। ଏସବୁ କେବଳ କୋହଲିଙ୍କ ପ୍ରଭାବ ନୁହେଁ ଅଷ୍ଟ୍ରେଲିଆରେ ତାଙ୍କ ଲୋକପ୍ରିୟତା ରହିଥିବା ବିଶ୍ବାସ କରାଯାଉଛି। ଏପରିକି କିଛି ଖବରକାଗଜ ବିରାଟ କୋହଲିଙ୍କୁ ସମ୍ପୂର୍ଣ୍ଣ ପୃଷ୍ଠା ସମର୍ପଣ କରି ପୋଷ୍ଟର୍ ଛାପିଛନ୍ତି। ଆସେସ୍ ଢାଞ୍ଚାରେ ପ୍ରଥମ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫିକୁ ୫ ଟେଷ୍ଟ୍‌ ମ୍ୟାଚ୍‌ ଶୃଙ୍ଖଳା କରାଯାଇଛି। ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଓ ଋଷଭ ପନ୍ତ୍‌ଙ୍କ ସମ୍ପର୍କରେ ମଧ୍ୟ ସ୍ବତନ୍ତ୍ର କାହାଣୀ ଛାପିଛନ୍ତି ଅଷ୍ଟ୍ରେଲୀୟ ଗଣମାଧ୍ୟମ। ଜୟସ୍ବାଲଙ୍କ କାହାଣୀର ଶିରୋନାମକୁ ପଞ୍ଜାବୀରେ ରଖିଛନ୍ତି ‘ନଭମ ରାଜା’ ଅର୍ଥାତ୍ ନୂଆ ରାଜା। ବର୍ଡର ଗାଭାସ୍କର ଶୃଙ୍ଖଳା ପାଇଁ ପ୍ରଥମ ପୃଷ୍ଠାର ଶିରୋନାମ ରଖିଛନ୍ତି ‘ଯୁଗୋଁ କି ଲଢ଼ାଇ’। ଭାରତୀୟ ଦଳକୁ ନେଇ ଅଷ୍ଟ୍ରେଲିଆ ଖବରକାଗଜର ଏତେ ଆଗ୍ରହ ସେଠାକାର କିଛି କ୍ରୀଡ଼ା ସାମ୍ବାଦିକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଅଷ୍ଟ୍ରେଲିଆ-ପାକିସ୍ତାନ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଗୁରୁତ୍ବ ନ ଦେଇ ‌ଅଷ୍ଟ୍ରେଲିଆ ଖବରକାଗଜ ବର୍ଡର-ଗାଭାସ୍କର ଟ୍ରଫିକୁ ଚର୍ଚ୍ଚାରେ ରଖିଥିବାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ସୀମିତ ଓଭର ଦଳର ମୁଖ୍ୟ ପ୍ରଶିକ୍ଷକ ଜାସନ୍ ଗିଲେସ୍ପି ସମାଲୋଚନା କରିଥିଲେ। ଦିନକ ପରେ କୋହଲିଙ୍କୁ ଏଭଳି ଢଙ୍ଗରେ ସ୍ବାଗତ କରାଯାଇଛି।

ପର୍ଥରେ ବାଉନ୍ସି ପିଚ୍
ବର୍ଡର-ଗାଭାସ୍କର ଟ୍ରଫି ଲାଗି ପ୍ରସ୍ତୁତି କରିବାକୁ ଭାରତୀୟ କ୍ରିକେଟ୍ ଦଳ ୧୦ ଦିନ ଆଗରୁ ଅଷ୍ଟ୍ରେଲିଆ ଯାଇଛି। ‌ତେବେ ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳିଙ୍କ ପରିବର୍ତ୍ତେ ଏଠାକାର ପିଚ୍ କ୍ୟୁରେଟର୍ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଐତିହାସିକ ୱାକା ଷ୍ଟାଡିୟମ୍ ଭଳି ନବନିର୍ମିତ ଅପଟସ୍ ଷ୍ଟାଡିୟମ୍‌ରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ପେସ୍ ଓ ବାଉନ୍ସ ଭରା ପିଚ୍ ଅପେକ୍ଷା କରି ରହିଛି ବୋଲି କହିଛନ୍ତି କ୍ୟୁରେଟର୍ ଇସାକ ମ୍ୟାକଡୋନାଲ୍ଡ। ସେହିଭଳି ୱାକାର ପାରମ୍ପରିକ ସ୍ବଭାବକୁ ନୂଆ ପିଚ୍‌ରେ ବଜାୟ ରଖିବାକୁ ତାଙ୍କ ଟିମ୍ ଦିନରାତି କାମ କରୁଛନ୍ତି। ନିରନ୍ତର ରକ୍ଷଣାବେକ୍ଷଣ ପରେ ଗତ ସେପ୍ଟେମ୍ବରରେ ହିଁ ଏହି ପିଚ୍‌ରେ ଅପଟସ୍  ଷ୍ଟାଡିୟମ୍‌କୁ ସ୍ଥାନାନ୍ତର ହୋଇଛି ବୋଲି ସୂଚନା ଦେଇଛନ୍ତି ସେ। ପ୍ରକାଶଯୋଗ୍ୟ ଯେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଚଳିତ ନଭେମ୍ବର ୨୨ ତାରିଖରୁ ପର୍ଥରେ ଆରମ୍ଭ ହେବ। ୬୦,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଅପଟସ୍ ଷ୍ଟାଡିୟମ୍‌ରେ ବର୍ଡର- ଗଭାସ୍କର ଟ୍ରଫି ପଞ୍ଚମ ଟେଷ୍ଟ୍ ମ୍ୟାଚ୍ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe