ହିଙ୍ଗୁଳା ଚ୍ୟାଲେଞ୍ଜ୍‌ କପ୍‌ କ୍ରିକେଟ୍‌: ରାମେଶ୍ୱର ଫାଇନାଲ୍‌ରେ

Advertisment
ଦିଲ୍ଲୀ ଜିତିଲା ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି

Cricket bat and ball on green grass of cricket pitch

ଭୁବନେଶ୍ୱର: ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍‌ ଅନୁଗୁଳରେ ଚାଲିଥିବା ମା ହିଙ୍ଗୁଳା ଚ୍ୟାଲେଞ୍ଜ୍‌ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ କରିଛି। ସୋମବାର କ୍ୱାର୍ଟର ଫାଇନାଲ୍‌ରେ ଝାରସୁଗୁଡ଼ା ଲିଓ କ୍ଲବ୍‌କୁ ପରାସ୍ତ କରିଥିବା ରାମେଶ୍ୱର ମଙ୍ଗଳବାର ସେମିଫାଇନାଲ୍‌ରେ ଅନୁଗୁଳ କ୍ରିକେଟ୍‌ କ୍ଲବ୍‌କୁ ୩୪ ରନ୍‌ରେ ପରାସ୍ତ କରିଦେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାମେଶ୍ୱର ୨୪.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ କରିଥିଲା ୧୬୮ ରନ୍‌। ପରେଶ ପଟେଲ ୪୮, ବିଶ୍ୱଜିତ୍‌ ମଲ୍ଲିକ ୨୧ ଓ ଦେବାଶିଷ କର ୧୭ ବଲ୍‌ରୁ ୩୨ ରନ୍‌ କରିଥିଲେ। ଅନୁଗୁଳ ପକ୍ଷରୁ ସଞ୍ଜୀବ ପାତ୍ର ଓ ଚିନ୍ମୟ ସାହୁ ୩ ଓ୍ଵିକେଟ୍‌ ଲେଖାଏଁ ପାଇଥିଲେ। ଜବାବରେ ମିଲନ ସାହୁଙ୍କ ୪୦ ଓ ବିଷ୍ଣୁ ବେହେରାଙ୍କ ୨୦ ବଲ୍‌ରୁ ୩୨ ରନ୍‌ ସତ୍ତ୍ୱେ ଅନୁଗୁଳ ଦଳ ୨୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୩୪ ରନ୍‌ କରିପାରିଥିଲା। ଦୀପକ ମଙ୍ଗରାଜ ୩୧ ରନ୍‌ରେ ୫ ଓ ସୁବ୍ରତ ବେହେରା ୧୧ ରନ୍‌ରେ ୨ ଓ୍ଵିକେଟ୍‌ ଅକ୍ତିଆର କରି ରାମେଶ୍ୱରକୁ ବିଜୟ ଭେଟି ଦେଇଥିଲେ। ଦୀପକ ମଙ୍ଗରାଜଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଆସନ୍ତାକାଲି (ବୁଧବାର) ଫାଇନାଲ୍‌ରେ ରାମେଶ୍ୱରର ମୁକାବିଲା କଟକର ୟୁନିୟନ୍‌ ସ୍ପୋର୍ଟିଂ କ୍ଲବ୍‌ ସହ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe