କଟକ: ପଶ୍ଚିମବଙ୍ଗର ମେଦିନାପୁରଠାରେ ଶେଷ ହୋଇଥିବା ୨୯ତମ ଫେଡେରେସନ୍ କପ ଜାତୀୟ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ଇତିହାସ ରଚିଛି। ଦୀର୍ଘ ୨୮ ବର୍ଷ ବ୍ୟବଧାନ ପରେ ଓଡ଼ିଶା ମହିଳା ଦଳ ଫାଇନାଲ୍ରେ ପ୍ରବେଶ କରିଥିଲା। ଫାଇନାଲ୍ରେ ଓଡ଼ିଶାର ମୁକାବିଲା ମହାରାଷ୍ଟ୍ର ସହିତ ହୋଇଥିଲା ବେଳେ ଏଥିରେ ଓଡ଼ିଶା ୬-୯ ପଏଣ୍ଟରେ ମହାରାଷ୍ଟ୍ରଠୁ ପରାସ୍ତ ହୋଇଥିଲା। ଫାଇନାଲ୍ରେ ସସ୍ମିତା ନାଥଶର୍ମା ୧.୪୦ ମିନିଟ୍ ଦୌଡ଼ିଥିଲା ବେଳେ ସବିଲା ଖାତୁନ୍ ଓ ପ୍ରିୟଙ୍କା ସି˚ହ ୧.୧୦ ମିନିଟ୍ ଲେଖାଏଁ ଦୌଡ଼ି ଓଡ଼ିଶାକୁ ୩ ପଏଣ୍ଟ୍ ଦେଇଥିଲେ। ସବିଲା ଖାତୁନ୍ ଶ୍ରେଷ୍ଠ ଦୌଡ଼ାଳି ଭାବେ ପୁରସ୍କୃତ ହୋଇଛନ୍ତି। ପ୍ରଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ, ପ୍ରବନ୍ଧକ ସାଗରିକା ପ୍ରଧାନ ପ୍ରମୁଖ ଓଡ଼ିଶା ଦଳର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସ˚ଘ ସଭାପତି ନାରାୟଣ ପାତ୍ର, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥସାରଥୀ ମହାପାତ୍ର, ଉପଦେଷ୍ଟା ଆଶୀର୍ବାଦ ବେହେରା ପ୍ରମୁଖ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ଫେଡେରେସନ୍ କପ୍ ଖୋଖୋରେ ଇତିହାସ: ୨୮ ବର୍ଷ ପରେ ଓଡ଼ିଶା ମହିଳା ଉପବିଜେତା
Advertisment
Follow Us