ଓଡ଼ିଶା ରୋଲ୍ ବଲ୍ ଦଳ ରଚିଲା ଇତିହାସ: ପ୍ରଥମ ଥର ଫାଇନାଲ୍ ଖେଳି ପ୍ରଥମ ରନର୍ ଅପ୍‌

Advertisment
ଓଡ଼ିଶା ରୋଲ୍ ବଲ୍ ଦଳ ରଚିଲା ଇତିହାସ: ପ୍ରଥମ ଥର ଫାଇନାଲ୍ ଖେଳି ପ୍ରଥମ ରନର୍ ଅପ୍‌

ଭୁବନେଶ୍ବର: ଆସାମର ଗୁଆହାଟୀଠାରେ ଶେଷ ହୋଇଥିବା ଦ୍ବିତୀୟ ପୂର୍ବାଞ୍ଚଳ ଜାତୀୟ ଉପକନିଷ୍ଠ (୧୪ ବର୍ଷରୁ କମ୍‌) ରୋଲ୍‌ ବଲ୍‌ ବାଳକ ପ୍ରତିଯୋଗିତାରେ ଓଡ଼ିଶା‌ ଇତିହାସ ରଚିଥିଲେ ମଧ୍ୟ ଅଳ୍ପକେ ବିଜେତା ଟ୍ରଫିରୁ ବଞ୍ଚିତ ହୋଇଛି। ପ୍ରଥମ ଥର ଫାଇନାଲ୍ ଖେଳି ଓଡ଼ିଶା ଇତିହାସ ରଚିଥିଲା। ସୋମବାର ରାତିରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍‌ର ନିର୍ଧାରିତ ସମୟରେ ଓଡ଼ିଶା ଓ ଆସାମ ୬-୬ ଗୋଲ୍‌ରେ ବରାବର ସ୍ଥିତିରେ ରହିଥିଲେ। ଅତିରିକ୍ତ ସମୟରେ କିନ୍ତୁ ଆସାମ ଗୋଲଡେନ୍ ଗୋଲ୍‌ରେ ବିଜୟୀ ହୋଇଥିଲା। ଫଳରେ ଓଡ଼ିଶାକୁ ପ୍ରଥମ ରନର୍‌ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟ ଏକ ପ୍ଲେ ଅଫ୍‌ରେ ବିହାରକୁ ୧୧-୧ ଗୋଲ୍‌ରେ ପରାସ୍ତ କରି ଝାଡ଼ଖଣ୍ଡ ଦ୍ବିତୀୟ ରନର୍‌ ଅପ୍‌ ହୋଇଥିଲା।

ଓଡ଼ିଶା ଦଳର ପ୍ରତୀକ ଅର୍ଣ୍ଣବ ଜେନା ମୋଟ ୨୨ ଗୋଲ୍ ଦେଇ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ବୀରେନ ଦାସ ଶ୍ରେଷ୍ଠ ଗୋଲରକ୍ଷକ ସମ୍ମାନ ମଧ୍ୟ ପାଇଥିଲେ।‌ ୪ ଦିନିଆ ଏହି ପ୍ରତ‌ିଯୋଗିତାରେ ମୋଟ ୯ ରାଜ୍ୟ ଭ‌ାଗ ନେଇଥିଲେ। ଓଡ଼ିଶାର ଅପୂର୍ବ ସଫଳତା ଲାଗି ଓଡ଼ିଶା ରୋଲ୍ ବଲ୍ ସଂଘ ସମ୍ପାଦକ ପାର୍ଥ ସାରଥି ଜେନା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମାନ ସମୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ରୋଲ୍ ବଲ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଭିତ୍ତିଭୂମି‌ ଯୋଗାଇ‌ ଦେବାକୁ ଶ୍ରୀ ଜେନା ଦାବି କରିଛନ୍ତି। ଏହା ଦ୍ବାରା ପେସାଦାର ଢଙ୍ଗରେ ଏହି ଖେଳର ପରିଚାଳନା ସହ ଏହି ସ୍ବଦେଶୀ ଖେଳରେ ଅଧିକ ସଫଳତା ଆଣିହେବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe