ଇତିହାସ ର‌ଚିଲେ ବୈଶାଳୀ, ପ୍ରଜ୍ଞାନନ୍ଦ

ଇତିହାସ ର‌ଚିଲେ ବୈଶାଳୀ, ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: ଭାରତୀୟ ଚେସ୍‌ ଖେଳାଳି ଆର୍‌ ବୈଶାଳୀ ତାଙ୍କ ସାନ ଭାଇ ଆର୍‌ ପ୍ରଜ୍ଞାନନ୍ଦ ବିଶ୍ବର ପ୍ରଥମ ଭାଇ-ଭଉଣୀ ଗ୍ରାଣ୍ଡମା‌ଷ୍ଟର୍ସ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ବୈଶାଳୀ ଶୁକ୍ରବାର ୨୫୦୦ ଏଲୋ ରେଟିଂ ପଏଣ୍ଟ ‌ଡେଇଁବା ପରେ ଦେଶର ୮୪ତମ ଗ୍ରାଣ୍ଡମାଷ୍ଟରର ଗୌରବ ପାଇଛନ୍ତି। ଗ୍ରାଣ୍ଡମାଷ୍ଟର୍ ମୁକୁଟ ପାଇବାରେ ସେ ଦେଶର ତୃତୀୟ ଭାରତୀୟ ମହିଳା। ବୈଶାଳୀ ସ୍ପେନ୍‌ର ଲୋବ୍ରେଗାଟ ଓପନ୍‌ର ଦ୍ବିତୀୟ ରାଉଣ୍ଡରେ ତୁର୍କିସର ଏଫ୍‌ଏମ୍‌ ତମୀର ତାରିକ ସେଲବସ୍‌ଙ୍କୁ ହରାଇବା ପରେ ତାଙ୍କ ‌ଏଲୋ ରେଟିଂ ପଏଣ୍ଟ ୨୫୦୦ ଡେଇଁଥିଲା। ତାଙ୍କ ସାନ ଭାଇ ପ୍ରଜ୍ଞାନନ୍ଦ ମାତ୍ର ୧୨ ବର୍ଷ ବୟସରେ ୨୦୧୮ରେ ଜିଏମ୍‌ ହୋଇଥିଲେ। ବୈଶାଳୀଙ୍କ ପୂର୍ବରୁ ମାତ୍ର ଦୁଇ ମହିଳା କୋନେରୁ ହମ୍ପି ଓ ଡି ହାରିକା ଜିଏମ୍‌ ହୋଇଥିଲେ। ହମ୍ପି ୨୦୦୨ରେ ୧୫ ବର୍ଷ ବୟସରେ ଜିଏମ୍‌ ମୁକଟ ହାସଲ ବିଶ୍ବର ସର୍ବକନିଷ୍ଠ ମହିଳା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe