ହକି ଏକାଡେମୀ, ସ୍ପୋର୍ଟ୍ସ ହଷ୍ଟେଲରେ ଡ୍ରାଗ୍ ଫ୍ଲିକର ଓ ଗୋଲ୍‌କିପର ପ୍ରଶିକ୍ଷକ ରହିବେ: ଦିଲୀପ

Advertisment
ହକି ଏକାଡେମୀ, ସ୍ପୋର୍ଟ୍ସ ହଷ୍ଟେଲରେ ଡ୍ରାଗ୍ ଫ୍ଲିକର ଓ ଗୋଲ୍‌କିପର ପ୍ରଶିକ୍ଷକ ରହିବେ: ଦିଲୀପ

ଭୁବନେଶ୍ବର : ଆକ୍ସନ ମୁଡ୍‌ରେ ହକି ଇଣ୍ଡିଆ। ହକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେବା ପରେ ଦିଲୀପ ତିର୍କି ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ସାରା ଭାରତରେ ରହିଥିବା ସମସ୍ତ ହକି ଏକାଡେମୀ, ସ୍ପୋର୍ଟ୍ସ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ପ୍ରଶିକ୍ଷକ ରହିବେ। ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ଚିଠି ଲେଖି ଅନୁରୋଧ କରିଛନ୍ତି ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ। ୧୬ ବର୍ଷ ବୟସରୁ କିପରି ସେମାନେ ଉଚିତ ପ୍ରଶିକ୍ଷଣ ନେଇପାରିବେ ତାହା ଉପରେ ହକି ଇଣ୍ଡିଆ ଯୋଜନା କରିଛି। ଏହି ଦୁଇଟି ପୋଜିସନ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ବିଭାଗ ନୂତନ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳସ୍ତରରୁ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ନଜର ଦିଆଯାଉଛି।  ତୃଣମୂଳସ୍ତରରେ ଅଧିକ ପୁଅ/ଝିଅ ହକିରେ ସାମିଲ କରାଯାଇ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ହକି ଇଣ୍ଡିଆ।

ବିଶ୍ୱର ଯେତେଗୁଡ଼ିଏ ଶ୍ରେଷ୍ଠ ହକି ଦଳ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି। ତାହାର କାରଣ ହେଲା ସେମାନେ ସବଜୁନିୟର ଓ ଜୁନିୟରସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି। ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଦଳ ପାଖରେ ସ୍ୱତନ୍ତ୍ର ଗୋଲ୍‌କପିର ପ୍ରଶିକ୍ଷକ ରହିଛନ୍ତି। ତେଣୁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଳ ହେଉଛି। ଡ. ଦିଲ୍ଲୀପ ତିର୍କି ହକି ଇଣ୍ଡିଆର ସଭାପତି ହେବା ପରେ ଭାରତୀୟ ହକି ଦଳକୁ ତା’ର ପୂର୍ବ ଗୌରବ ଫେରାଇ ଆଣିବା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe