ହକି ଏସିଆ କପ୍‌: ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ଭାରତ

ହକି ଏସିଆ କପ୍‌: ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ଭାରତ

ଢ଼ାକା: ହକି ଏସିଆ କପ୍‌ର ସୁପର-୪ରେ ଭାରତ ଶନିବାର ୪-୦ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଢାକାରେ ପ୍ରବଳ ବର୍ଷା ହେବାରୁ ଦେଢ଼ ଘଣ୍ଟା ବିଲମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା। ମୌଲାନା ଭସାନି ଷ୍ଟାଡିୟମରେ ୩ଥର ଚମ୍ପିୟନ ହୋଇଥିବା ପାକିସ୍ତାନ ବିପକ୍ଷରେ ଭାରତର ସତବୀର ସିଂହ ( ୩୯ମିନିଟ)ରେ ପ୍ରଥମ ଗୋଲ ଦେଇଥିଲେ। ସେହିଭଳି ଭାରତ ୩ୟ କ୍ୱାଟରରେ ୧-୦ରେ ଅଗ୍ରଣୀ ଥିବା ବେଳେ ହରମନପ୍ରୀତ ସିଂହ(୫୧ମିନିଟ) ଓ ଲଲିତ ଉପାଧ୍ୟାୟଙ୍କ ଗୋଲ(୫୨ମିନିଟ) ବଳରେ ୪ର୍ଥ କ୍ୱାଟରରେ ୩-୦ ଗୋଲରେ ଅଗ୍ରଣୀ ରହିଥିଲା। ସେହିଭଳି ଗୁରଜନ୍ତ ସିଂହ(୫୭ମିନିଟରେ) ଗୋଲ ଦେଇ ଭାରତର ଅଭିଯାନକୁ ୪-୦ରେ ଆଗକୁ ନେଇ ଯାଇଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ।

ଢାକାରେ ପ୍ରବଳ ବର୍ଷା ହେବାରୁ ଦେଢ଼ ଘଣ୍ଟା ବିଲମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା। ମୌଲାନା ଭସାନି ଷ୍ଟାଡିୟମରେ ୩ଥର ଚମ୍ପିୟନ ହୋଇଥିବା ପାକିସ୍ତାନ ବିପକ୍ଷରେ ଭାରତ ବିଜୟୀ

ପୂର୍ବରୁ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ, ଅନ୍ୟ ମ୍ୟାଚରେ ଡ୍ର ରହିଥିଲା। ଟୁର୍ଣ୍ଣାମେଣ୍ଟରେ ୩ ପଏଣ୍ଟ ପାଇ ମାଲେସିଆ ୨ୟ ସ୍ଥାନରେ ରହିଛି। ସେହିଭଳି ୨ ପଏଣ୍ଟ ସହିତ ଦକ୍ଷିଣ କୋରିଆ ୩ୟ ସ୍ଥାନରେ ରହିଥିବା ବେଳେ ମାତ୍ର ଗୋଟିଏ ପଏଣ୍ଟ ପାଇଁ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe