ଇଟାଓ୍ଵା ସବ୍‌-ଜୁନିଅର ପୁରୁଷ ନ୍ୟାସନାଲ ଚମ୍ପିଅନସିପରେ ଭାଗ ନେବ ହକି ଗାଙ୍ଗପୁର

Advertisment

ଆସନ୍ତାକାଲି ଝାରସୁଗୁଡ଼ାରୁ ଟିମ୍‌ କରିବ ଯାତ୍ରା

ଆସନ୍ତାକାଲି ଝାରସୁଗୁଡ଼ାରୁ ଟିମ୍‌ କରିବ ଯାତ୍ରା

ଇଟାଓ୍ଵା ସବ୍‌-ଜୁନିଅର ପୁରୁଷ ନ୍ୟାସନାଲ ଚମ୍ପିଅନସିପରେ ଭାଗ ନେବ ହକି ଗାଙ୍ଗପୁର

ଭୁବନେଶ୍ୱର: ଉତ୍ତରପ୍ରଦେଶର ସାଇଫାଇ ଇଟାଓ୍ଵାରେ ଆଗାମୀ ଜାନୁଆରୀ ୧୭ରୁ ଆରମ୍ଭ ହେବାକୁ ଥିବା ୮ମ ହକି ଇଣ୍ଡିଆ ସବ୍‌-ଜୁନିଅର ପୁରୁଷ ନ୍ୟାସନାଲ ଚମ୍ପିଅନସିପ୍‌ରେ ହକି ଗାଙ୍ଗପୁର ଭାଗ ନେବ। ଜାନୁଆରୀ ୨୮ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଗାଙ୍ଗପୁର ଟିମ୍‌ ମ୍ୟାନେଜର ସ୍ୱର୍ଗ ପ୍ରକାଶ ମିଞ୍ଜ, ବିଜୟ କୁମାର ଲାକ୍ରା (କୋଚ୍‌) ମଧ୍ୟ ଯିବେ। ଟିମ୍‌ ମ୍ୟାନେଜର ଓ କୋଚ୍‌ଙ୍କ ସହିତ ଖେଳାଳିମାନେ ଜାନୁଆରୀ ୧୫ ସକାଳୁ ଝାରସୁଗୁଡ଼ାରୁ ଜମ୍ମୁ ଥାଇ ଏକ୍ସପ୍ରେସରେ ଯାତ୍ରା କରିବେ।

ହକି ଗାଙ୍ଗପୁରରେ ଆକାଶ ତିର୍କୀ(ଗୋଲକିପର), ସୁଦୀପ ମିଞ୍ଜ, ଅମନଦୀପ ଲାକ୍ରା, ପ୍ରକାଶ ତିର୍କୀ, ଅମିତ କିଣ୍ଡୋ, ରୋହିତ ଜେଜା, ଦୀପକ ଏକ୍କା, ସୁମିତ କିଣ୍ଡୋ, ସୁଦୀପ ଚିରମିକୋ, ରୋଶନଜିତ ମିଞ୍ଜ, ରଞ୍ଜିତ ଲାକ୍ରା, ସୁମିତ ବାର୍ଲା, ପ୍ରଶାନ୍ତ ଲାକ୍ରା, ରଜତ ଆକାଶ ତିର୍କୀ, ସୁଶୀଲ ମିଞ୍ଜ, ସୁଦୀପ କେରକେଟା ଓ ନୀତିଶ ବଡ଼ାଇକ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe