ହକି ଗୋଲ୍‌ରକ୍ଷକ ଚିକ୍‌ତେଙ୍କ ନିଲମ୍ବନ ଅବଧି ହ୍ରାସ

Advertisment
ହକି ଗୋଲ୍‌ରକ୍ଷକ ଚିକ୍‌ତେଙ୍କ ନିଲମ୍ବନ ଅବଧି ହ୍ରାସ

ନୂଆଦିଲ୍ଲୀ: ଭାରତୀୟ ହକି ଗୋଲ୍‌ରକ୍ଷକ ଆକାଶ ଚିକ୍‌ଟେଙ୍କ ନିଲମ୍ବନ ଅବଧିକୁ ହ୍ରାସ କରାଯାଇଛି। ନିଷିଦ୍ଧ ଔଷଧ ସେବନ ଅଭିଯୋଗରେ ଚିକ୍‌ଟେଙ୍କୁ ଜାତୀୟ ଡୋପ୍‌ ନିରୋଧୀ ସଂସ୍ଥା (ନାଡା) ୨ ବର୍ଷ ପାଇଁ ନିଲମ୍ବିତ କରିଥିଲା। ହେଲେ ଗୁରୁବାର ତାଙ୍କ ଅବଧିକୁ ୧୩ ମାସକୁ କମାଇ ଦିଆଯାଇଛି। ଚିକ୍‌ଟେ ଜାଣିଶୁଣି ନିଷିଦ୍ଧ ଔଷଧ ସେବନ କରିନଥିଲେ ବୋଲି ଏହି ସଂସ୍ଥା ସିଦ୍ଧାନ୍ତରେ ପହଞ୍ଚିବା ପରେ ତାଙ୍କ ନିଲମ୍ବନ ଅବଧିରୁ ୧୧ ମାସ କାଟି ଦିଆଯାଇଛି। ଗତବର୍ଷ ଫେବ୍ରୁଆରି ୨୭ ତାରିଖରେ ଭାରତୀୟ ବରିଷ୍ଠ ଦଳର ବେଙ୍ଗାଲୁରୁ ଶିବିରରେ ନାଡା ପକ୍ଷରୁ ଡୋପ୍‌ ପରୀକ୍ଷା କରାଯାଇଥିଲା। ସେଥିରେ ଚିକ୍‌ଟେ ନିଷିଦ୍ଧ ଔଷଧ ଆନାବୋଲିକ୍‌ ଷ୍ଟେରୋଏଡ୍‌ (ନାନ୍ଦ୍ରୋଷ୍ଟେରୋନ୍‌) ସେବନ କରିଥିବା ତାଙ୍କ ମୂତ୍ର ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା। ପରେ ଚିକ୍‌ଟେଙ୍କ ‘ବି’ ନମୁନା ପରୀକ୍ଷା ମଧ୍ୟ ସମାନ କଥା କହିଥିଲା। ଫଳରେ ଡୋପିଂ ନିରୋଧୀ ଶୃଙ୍ଖଳା ସମିତି ଚିକ୍‌ଟେଙ୍କୁ ୨ ବର୍ଷ ପାଇଁ ନିଲମ୍ବିତ କରିଥିଲା। ହେଲେ ଗୁରୁବାର ଶୃଙ୍ଖଳା ସମିତି ତାଙ୍କ ଉପରୁ ଦଣ୍ଡାଦେଶ କୋହଳ କରିଦେଇଛି। ଏହି ସମିତି ସମସ୍ତ ତଥ୍ୟକୁ ତର୍ଜମା କରିବା ପରେ ଚିକ୍‌ଟେ ଜାଣିଶୁଣି ନିୟମ ଉଲଂଘନ କରିନଥିବା ସିଦ୍ଧାନ୍ତରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe