ମୁଖ୍ୟମନ୍ତ୍ରୀ ନବୀନଙ୍କ କରକମଳରେ ହକି ଷ୍ଟାଡିୟମ୍‌ ଉଦ୍‌ଘାଟିତ, ପ୍ରଦର୍ଶନୀ ମ୍ୟାଚରେ ଦିଲୀପଙ୍କ ଦଳ ୨-୧ରେ ବିଜୟୀ

Advertisment
ମୁଖ୍ୟମନ୍ତ୍ରୀ ନବୀନଙ୍କ କରକମଳରେ ହକି ଷ୍ଟାଡିୟମ୍‌ ଉଦ୍‌ଘାଟିତ, ପ୍ରଦର୍ଶନୀ ମ୍ୟାଚରେ ଦିଲୀପଙ୍କ ଦଳ ୨-୧ରେ ବିଜୟୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ ପରିସରରେ ହକି ଗ୍ରାଉଣ୍ଡକୁ ଉଦ୍‌ଘାଟନ କରିଛନ୍ତି। ଆଗାମୀ ନଭେମ୍ବରରେ ଆୟୋଜିତ ‘ବିଶ୍ୱକପ୍‌ ହକି’କୁ ନଜରରେ ରଖି ନବୀନ ଆଜି ସନ୍ଧ୍ୟା ୬ଟା ୩୦ରେ ଏହି ଗ୍ରାଉଣ୍ଡକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏକ ପ୍ରଦର୍ଶନ ମ୍ୟାଚ ଖେଳାଯାଇଥିଲା। ଭାରତୀୟ ହକି ଟିମର ପର୍ବୂତନ ଅଧିନାୟକ ଦିଲୀପ ତିର୍କୀ ଓ ଧନରାଜ ପିଲେଙ୍କ ଦଳ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପ୍ରଦର୍ଶନ ମ୍ୟାଚ ପୂର୍ବରୁ ଉଭୟ ଟିମ୍‌ର ଖେଳାଳିଙ୍କ ସହିତ କରମର୍ଦ୍ଦନ କରିଥିଲେ। ତାପରେ ଦୁଇଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ମଧ୍ୟାନ୍ତର ୫ ମିନିଟ୍‌ ପରେ ଖେଳ ଆରମ୍ଭ ହୋଇଥିଲା। ଦିଲୀପଙ୍କ ଦଳ ମାତ୍ର ୧୦ ମିନିଟ୍‌ ଭିତରେ ଦୁଇଟି ଗୋଲ ଦେଇଥିଲେ। ଜବାବରେ ୨୭ ମିନିଟରେ ଧନରାଜ ପିଲେଙ୍କ ଦଳ ଗୋଟିଏ ଗୋଲ ସୁଝି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe