Hockey guru on the golf course: ଗଲ୍‌ଫ କୋର୍ସରେ ହକି ଗୁରୁ; ଦିଲୀପ ଭାରତୀୟ ହକିରେ ଗର୍ବ, ଗୌରବ ଓ ଗ୍ଲାମର୍‌ ଆଣିଛନ୍ତି

Advertisment

ଖଳନାୟକରୁ ମହାନାୟକ, ଏଭଳି ଏକ ପ୍ରେରଣା ଦାୟକ ପଥର ଜୀବନ୍ତ ପଥିକ ହେଉଛନ୍ତି ମୀର ରଞ୍ଜନ ନେଗି। ପାକିସ୍ତାନ ବିପକ୍ଷରେ ୭ଟି  ଗୋଲ୍ ବରଣ କରିବା ପରେ ପୂରା ଦେଶ ତାଙ୍କୁ ଏକଦା ଦେଶଦ୍ରୋହୀର ଆଖ୍ୟା ଦେଇଥିଲା।

ଖଳନାୟକରୁ ମହାନାୟକ, ଏଭଳି ଏକ ପ୍ରେରଣା ଦାୟକ ପଥର ଜୀବନ୍ତ ପଥିକ ହେଉଛନ୍ତି ମୀର ରଞ୍ଜନ ନେଗି। ପାକିସ୍ତାନ ବିପକ୍ଷରେ ୭ଟି  ଗୋଲ୍ ବରଣ କରିବା ପରେ ପୂରା ଦେଶ ତାଙ୍କୁ ଏକଦା ଦେଶଦ୍ରୋହୀର ଆଖ୍ୟା ଦେଇଥିଲା।

Untitled-4

ଦେବାଶିଷ ସୁନ୍ଦରାୟ

ଭୁବନେଶ୍ବର: ଖଳନାୟକରୁ ମହାନାୟକ, ଏଭଳି ଏକ ପ୍ରେରଣା ଦାୟକ ପଥର ଜୀବନ୍ତ ପଥିକ ହେଉଛନ୍ତି ମୀର ରଞ୍ଜନ ନେଗି। ପାକିସ୍ତାନ ବିପକ୍ଷରେ ୭ଟି  ଗୋଲ୍ ବରଣ କରିବା ପରେ ପୂରା ଦେଶ ତାଙ୍କୁ ଏକଦା ଦେଶଦ୍ରୋହୀର ଆଖ୍ୟା ଦେଇଥିଲା। ନାନାପ୍ରକାର ନିନ୍ଦା ଅପବାଦକୁ ସହି ନପାରି ୧୬ବର୍ଷ ଧରି ଅନା‌ମଧେୟ ଓ ଅପରିଚିତ ଜୀବନ ଜିଇଁବାକୁ ବାଧ୍ୟ ହୋଇଥି‌ଲେ ସେ। ୧୯୯୮ରେ କିନ୍ତୁ ହକିକୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଜଣେ ଖେଳାଳି ଭାବେ ଯେଉଁ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ତାଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଥିଲା। ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ତାକୁ ସେ ହାସଲ କରିଥିଲେ। ୪ବର୍ଷ ପରେ ଦୁର୍ବଳ ଦଳ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିଥିବା ଭାରତୀୟ ମହିଳା ଦଳକୁ ବିଜେତା କରାଇ ନିନ୍ଦୁକଙ୍କ ମୁହଁ ପୂରା ଚୁପ୍ କରି ଦେଇଥିଲେ। ନେଗିଙ୍କ ବିଫଳ ଗୋଲ୍‌ରକ୍ଷକରୁ ସଫଳ ପ୍ରଶିକ୍ଷକର କାହାଣୀକୁ ନେଇ ତିଆରି ହୋଇଥିଲା ବଲିଉଡ୍ ହିଟ୍ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’। ଜୀବନର ସାୟାହ୍ନରେ ପହଞ୍ଚିଥିବା ଭାରତୀୟ ହକିର ଏହି ଚର୍ଚ୍ଚିତ ଚେହେରା ଦିଲୀପ ତିର୍କି ଆମନ୍ତ୍ରଣୀୟ ଗଲ୍‌ଫ ପ୍ରତିଯୋଗିତା ଖେଳିବାକୁ ଭୁବନେଶ୍ବର ଆସିଥିଲା ବେଳେ ’ସମ୍ବାଦ’କୁ ଦେଇଥିଲେ ସ୍ବତନ୍ତ୍ର ସାକ୍ଷାତକାର। 

ଖେଳାଳିରୁ ପ୍ରଶିକ୍ଷକ, ବଡ଼ ପରଦାରୁ ଟେଲିଭିଜନ୍, ପୁଣି ହକି ପଡ଼ିଆରୁ ଗଲ୍‌ଫ କୋର୍ସ, ଆପଣଙ୍କ ଖେଳ ଓ ସାଧାରଣ ଜୀବନର ଏହି ନାଟକୀୟ ଯାତ୍ରାକୁ କେମିତି ଓ କିଭଳି ଦେଖନ୍ତି?
ହକିରେ ମୁଁ ସର୍ବନିମ୍ନ ଓ ସର୍ବୋଚ୍ଚ ସ୍ତର ଦେଖିଛି। ଛି ଛାକର ଶୁଣିବାଠାରୁ ଆରମ୍ଭ କରି ଅସାଧାରଣ ପ୍ରଶଂସା ବି ପାଇଛି। ସବୁକିଛି ପାଇବା ପରେ ହକିରୁ ଦୂରେଇ ଯିବା ଠିକ୍ ହେବ ବୋଲି ଭାବିଥିଲି। ବ୍ୟକ୍ତିଗତ ଫିଟ୍‌ନେସ୍ ପାଇଁ ମୁଁ  ବ୍ୟାଡ୍‌ମିଣ୍ଟନ୍ ଓ ଟେନିସ୍ ଖେଳିବା ଆରମ୍ଭ କରିଥିଲି। ବୟସ ବଢ଼ିବା କାରଣରୁ ଏସବୁ ଖେଳ ଖେଳିବା ମୋ ପାଇଁ ବିପଜ୍ଜନକ ବୋଲି ପରେ ଜାଣିବାକୁ ପାଇଥିଲି। ଏଣୁ କିଛି ବନ୍ଧୁଙ୍କ ପରାମର୍ଶକ୍ରମେ ଗଲ୍‌ଫ ଖେଳିବା ଆରମ୍ଭ କରିଥିଲି। ଗଲ୍‌ଫ ଖେଳିବା ପରେ ଭିନ୍ନ ସ୍ତରର ମଜା ପାଇଥିଲି। ଏଣୁ ଏଥିରେ ମୋ ମୋ ରୁଚି ଦିନକୁ ଦିନ ବଢ଼ିବଢ଼ି ଚାଲିଥିଲା। ପରେ ଏହା ନିଶା ପାଲଟି ଯାଇଥିଲା। ମୁଁ କହିବି ପ୍ରତ୍ୟେକ ଖେଳାଳି କେବେ ନା କେବେ ଗଲ୍‌ଫ ଖେଳିବା ଉଚିତ। କାରଣ ଏଥିରେ ଆପଣଙ୍କ ମାନସିକ ଦକ୍ଷତା, ଏକାଗ୍ରତା ଏବଂ ଶୃଙ୍ଖଳିତ ଜୀବନର ପରୀକ୍ଷା ନିରନ୍ତର ଦେବାକୁ ପଡ଼ିଥାଏ। ମୁଁ ପ୍ରଥମ ଥର ଭୁବନେଶ୍ବର ଆସିଛି। ଏଠାରେ ପ୍ରଥମ ଗଲ୍‌ଫ ପ୍ରତିଯୋଗିତା ଖେଳୁଛି। ଏଣୁ ଭୁବନେଶ୍ବରରୁ ଆଉ ଏକ ନୂଆ ଜୀବନ ଆରମ୍ଭ କରିଛି ବୋଲି କହିପାରିବି। ଏହି କ୍ଷେତ୍ରରେ କ୍ରିକେଟର୍ କପିଳ ଦେବ ‌ମୋ ଆଦର୍ଶ। 

କୁହାଯାଏ ଗଲ୍‌ଫ ଏକ ମହଙ୍ଗା ଖେଳ, ଆଭିଜାତ୍ୟ ବର୍ଗଙ୍କ ମଧ୍ୟରେ ସୀମିତ। ଦେଶରେ ଗଲ୍‌ଫକୁ ଏକ ଗଣକ୍ରୀଡ଼ାରେ ପରିଣତ କରିବା ଲାଗି କି ପ୍ରକାର ପଦକ୍ଷେପ ଜରୁରୀ ବୋଲି ଆପଣ ଭାବୁଛନ୍ତି?
ଏକଥା ସତ ଯେ ଗଲ୍‌ଫ ପାଇଁ ବହୁତ ପଇସା ଦରକାର। ଉତ୍ସର୍ଗୀକୃତ ପଡ଼ିଆ, ଅନ୍ତର୍ଜାତୀୟ ମାନର ଉପକରଣ, ଉଚ୍ଚମାନର ଭିତ୍ତିଭୂମି, ଏସବୁ ପାଇଁ ଏହି ଖେଳ ଏକ ନିର୍ଦ୍ଦିଷ୍ଟ ବର୍ଗରେ ଆବଦ୍ଧ। ତଥାପି ମୁଁ କହିବି ଯେ ସରକାରୀ ଓ ବେସରକାରୀ ସ୍ତରରୁ ପ୍ରୟାସ ହେଲେ କ୍ରିକେଟ୍, ହକି ଓ ଫୁଟ୍‌ବଲ୍ ଭଳି ଆମ ଦେଶରେ ଗଲ୍‌ଫ ମଧ୍ୟ ସାଧାରଣ ଜନତାଙ୍କ ଖେଳରେ ପରିଣତ ହୋଇପାରିବ। ସରକାର ଚାହିଁଲେ ବିଭିନ୍ନ ସ୍ଥାନରେ ଏକାଡେମୀମାନ ସ୍ଥାପନ କରି ଗଲ୍‌ଫର ପ୍ରଚାର ପ୍ରସାର କରିପାରିବେ। ଏହି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଇପାରେ। ଏହାହେଲେ ଭାରତ ଅଲିମ୍ପିକ୍ସରେ ଗଲ୍‌ଫ ପଦକ ଜିତିବା ଅସମ୍ଭବ ନୁହେଁ। ଟୋକିଓ ଅଲିମ୍ପିକ୍ସର ଚତୁର୍ଥ ସ୍ଥାନରେ ରହି ଅଦିତି ଅଶୋକ ଏହା କରି ଦେଖାଇଛନ୍ତି। 

ଆପଣଙ୍କ ଆତ୍ମଜୀବନୀକୁ ନେଇ ‘ଚକ୍‌ ଦେ ଇଣ୍ଡିଆ’ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଆପଣ ଏକପ୍ରକାର ବଲିଉଡ୍ ତାରକା ପାଲଟି ଯାଇଥିଲେ। ପରେ ‘ଝଲକ ଦିଖ୍‌ଲା ଜା’ ନାମକ ଏକ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବେ ରୁପେଲି ପରଦାର ସେହି ଗ୍ଲାମର୍‌ ସହ ଜଡ଼ିତ ଅଛନ୍ତି ନା ନାହିଁ?
ଏହି ଚଳଚ୍ଚିତ୍ର ମୋ ଜୀବନରେ ଲାଗିଥିବା ଦାଗକୁ ଅନେକାଂଶରେ ଦୂର କରିପାରିଥିଲା। ଲୋକମାନେ ମୋ ସଂଘର୍ଷ କଥା ଜାଣିବାକୁ ପାଇଥିଲେ। ୧୯୮୨ ଏସୀୟ କ୍ରୀଡ଼ା ଫାଇନାଲ୍‌ରେ ପାକିସ୍ତାନଠାରୁ ହାରିବାର (୧-୭ଗୋଲ୍‌ରେ) ଏକମାତ୍ର କାରଣ ମୁଁ ନଥିଲି ବୋଲି ଆମ ଅଧିନାୟକ ଜାଫର ଇକବାଲ ଏହା ଏକ ଦଳୀୟ ବିଫଳତା ଥିଲା ବୋଲି ବରମ୍ବାର କହି ଆସୁଥିଲେ ବି କେହି ଏହାକୁ ବିଶ୍ବାସ କରୁ ନଥିଲେ।  ‘ଚକ୍‌ ଦେ ଇଣ୍ଡିଆ’ ମୋ କାହାଣୀକୁ ନିଖୁଣ ଭାବେ ପରିବେଷଣ କରିବା ଏବଂ ଶାହାରୁଖ ଖାନଙ୍କ ବଳିଷ୍ଠ ଅଭିନୟ ପାଇଁ ସମସ୍ତେ ଏକଥା ବୁଝି ପାରିଥିଲେ। ମୁଁ ମଧ୍ୟ ଏକପ୍ରକାର ସିନେ ତାରକା ପାଲଟି ଯାଇଥିଲି। ବହୁ ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକରେ ଅଭିନୟ କରିବାର ପ୍ରସ୍ତାବ ମିଳିଥିଲା। ପରେ ‘ଝଲକ ଦିଖ୍‌ଲା ଜା’ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲି।  ମୋ ରାଜ୍ୟ ଉତ୍ତରାଖଣ୍ଡର ଲୋକପ୍ରିୟ ଗାୟକ ନରେନ୍ଦ୍ର ସିଂହ ନେଗିଙ୍କ କିଛି ମ୍ୟୁଜିକ୍ ଭିଡିଓରେ ବି ମୁଁ ଅଭିନୟ କରିଛି। ‘ଚକାଚକ୍ ମୁମ୍ବାଇ’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ପାଇଛି। 

ଭାରତୀୟ ହକି ଚଳିତ ମାସରେ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ହକିର ବିକାଶରେ ଓଡ଼ିଶାର ଭୂମିକାକୁ ଆପଣ କିଭଳି ବ୍ୟାଖ୍ୟା କରିବେ। ହକି କିଂବଦନ୍ତି ଦିଲୀପ ତିର୍କିଙ୍କ ନାଁରେ ନାମିତ ଗଲ୍‌ଫ ପ୍ରତିଯୋଗିତାରେ ଖେଳି କିଭଳି ଲାଗୁଛି। ଭାରତୀୟ ହକି ଉପରେ ଦିଲୀପଙ୍କ ପ୍ରଭାବ ନେଇ କ’ଣ କହିବେ?
ଭାରତୀୟ ହକିର ୧୦୦ ବର୍ଷ ସବୁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆମ ଦେଶରେ ହକି କେବଳ ଏକ ଖେଳରେ ସୀମିତ ରହିନି। ଏହା ଆମ ରକ୍ତ ରକ୍ତରେ ସାମିଲ ହୋଇ ସାରିଲାଣି। ହକି ଇଣ୍ଡିଆ ଏହି ଉପଲକ୍ଷେ ୧,୦୦୦ରୁ ଅଧିକ ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା କରିବା ବହୁତ ଭଲ କଥା। ମୁଁ ଭାବୁଛି ଭାରତୀୟ ହକି ଆଜି ଯେଉଁ ସ୍ଥିତିରେ ଅଛି, ସେଥିରେ ଓଡ଼ିଶାର ଅତୁଳନୀୟ ଭୂମିକା ରହିଛି। ଓଡ଼ିଶାର ଖେଳାଳି, ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଓଡ଼ିଆଙ୍କ ଭଲ ପାଇବା ହିଁ ଭାରତୀୟ ହକିରେ ଐତିହାସିକ ମୋଡ଼ ଆଣିପାରିଛି। ଦିଲୀପ ମୋ ପ୍ରଶିକ୍ଷଣରେ ଖେଳିଛନ୍ତି। ତାଙ୍କ ନାଁରେ ଏକ ଗଲ୍‌ଫ ପ୍ରତିଯୋଗିତା ନାମକରଣ ହେବା ମୋ ପାଇଁ ଗର୍ବର ବିଷୟ। ମୋ ମତରେ ଖେଳାଳି ଭାବେ ଦିଲୀପ ଯେଉଁ ପ୍ରଭାବ ଛାଡ଼ିଥିଲେ ହକି ଇଣ୍ଡିଆର ସଭାପତି ଭବେ ତାଠାରୁ ଆହୁରି ଆଗେଇ ଯାଇଛନ୍ତି। ସେ ସଭାପତି ହେବା ପରେ ହକି ଇଣ୍ଡିଆ ଲିଗ୍ ଫେରିଛି। ଭାରତୀୟ ହକିରେ ଅର୍ଥ, ସମ୍ମାନ, ଗ୍ଲାମର ଓ ଗୌରବ ସବୁକିଛି ଭରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe