ସଦସ୍ୟତା ପ୍ରତ୍ୟାହାର ପ୍ରସଙ୍ଗ: ହକି ଇଣ୍ଡିଆ ବିରୋଧରେ ହାଇକୋର୍ଟ ଗଲା ହକି ଗାଙ୍ଗପୁର

Advertisment
ହକି ଇଣ୍ଡିଆ ବାର୍ଷିକ ପୁରସ୍କାର: ଶ୍ରେଷ୍ଠ ଡିଫେଣ୍ଡର ଦୌଡ଼ରେ ଅମିତ, ଦୀପଗ୍ରେସ୍‌

Hockey India

ଭୁବନେଶ୍ବର: 'ଗୋଟିଏ ରାଜ୍ୟ ଗୋଟିଏ ସଦସ୍ୟ' ନୀତି‌ରେ ହକି ଇଣ୍ଡିଆ ଚଳିତବର୍ଷ ଜାନୁଆରି ୬ ତାରିଖରେ ପଠାଇଥିବା ଏକ ପତ୍ରରେ ହକି ଗାଙ୍ଗପୁର, ଓଡ଼ିଶା ସହ ଦେଶର ଅନ୍ୟ କେତେକ ସହଯୋଗୀ ହକି ସଂଘଙ୍କଠାରୁ ପରଦିନ ଅର୍ଥାତ୍ ଜାନୁଆରି ୭ ତାରିଖରୁ ସଦସ୍ୟତା ପ୍ରତ୍ୟାହାର କରି ନେଇଥିଲା। ଭାରତୀୟ ହକି ପରିଚାଳନାର ସର୍ବୋଚ୍ଚ ସଂସ୍ଥା ହକି ଇଣ୍ଡିଆର ଏହି ନିଷ୍ପତ୍ତି ବିରୋଧରେ ହକି ଗାଙ୍ଗପୁର, ଓଡ଼ିଶା ସଂପ୍ରତି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏହି ନିଷ୍ପତ୍ତି ସମ୍ବିଧାନ ପ୍ରଦାନ କରିଥିବା ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବା‌ ସହ ହକି ଖେଳାଳିଙ୍କ ଜୀବନ ଓ ଜୀବିକା‌କୁ ପ୍ରଭାବିତ କରୁଥିବା ଦର୍ଶାଇ ସଂଘ ତରଫରୁ ହାଇକୋର୍ଟରେ ଗତ ଶୁକ୍ରକାର ଏକ ରିଟ୍ ପିଟିସନ୍ ଦାୟର କରାଯାଇଛି। ମାମଲାର ଆପୋଷ ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ହକି ଗାଙ୍ଗପୁର ପକ୍ଷରୁ ସଂପାଦକ ଦେବାଶିଷ ଗୌଡ଼ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ହିତଭିଳାଷ ମହାନ୍ତିଙ୍କ ମାଧ୍ୟମରେ ଏହି ପିଟିସନ୍ ଦାୟର କରିଛନ୍ତି। ଏଥିରେ ହକି ଇଣ୍ଡିଆର ସେହି ନିଦ୍ଦେଶନାମାକୁ ଖାରଜ କରିବାକୁ ନିର୍ଦ୍ଦେଶ ଦେବା

ସହ ହକି ଗାଙ୍ଗପୁରକୁ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରୀୟ ଘରୋଇ ପ୍ରତିଯୋଗିତାରେ ଖେଳିବାର ଅନୁମତି ଦେବା ଲାଗି ମାନ୍ୟବର ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି। ସୂଚନାଯୋଗ୍ୟ ଯେ ଓଡ଼ିଶାରେ ହକି ବିକାଶର ଲକ୍ଷ୍ୟ ନେଇ ହକି ଗାଙ୍ଗପୁର ଗଠନ ହୋଇଥିଲା। ଯାହାକୁ ହକି ଇଣ୍ଡିଆ ୨୦୧୩ ମସିହାରେ ସହଯୋଗୀ ସଦସ୍ୟତା ପ୍ରଦାନ କରିଥିଲା। ଫଳରେ ଗତ ୭ ବର୍ଷ ହେବ ବିଭିନ୍ନ ଜାତୀୟ ସ୍ତରୀୟ ବୟସ ବର୍ଗ ପ୍ରତିଯୋଗିତାରେ ଓଡ଼ିଶାର ଦୁଇଟି ଦଳ ହକି ଓଡ଼ିଶା ଓ ହକି ଗାଙ୍ଗପୁର ଓଡ଼ିଶା ଅଂଶଗ୍ରହଣ କରୁଥିଲେ। ‌େସଥିପାଇଁ ରାଜ୍ୟର ଅଧିକ ହକି ଖେଳାଳି ଜାତୀୟ ସ୍ତରରେ ନିଜ ପରାକାଷ୍ଠା ଦେଖାଇବାର ସୁଯୋଗ ପାଉଥିଲେ। ହେଲେ ଚଳିତବର୍ଷ ହକି ଇଣ୍ଡିଆ ସହଯୋଗୀ ସଦସ୍ୟଙ୍କ ସଦସ୍ୟତା ବାତିଲ କରିବା ପରେ ଆସନ୍ତା ଋତୁରେ ହକି ଗାଙ୍ଗପୁର ଦଳ ଅଂଶଗ୍ରହଣ କରିବାର ବାଟ ବନ୍ଦ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ହକି ଗାଙ୍ଗପୁରର ସହକାରୀ ସଂପାଦକ ଅଛନ୍ତି। ହକି ଗାଙ୍ଗପୁର ଓଡ଼ିଶାର ସଦସ୍ୟତା ଫେରାଇ ଆଣିବା ଲାଗି ଆମେ ଏହି ଆଇନଯୁଦ୍ଧ ଆରମ୍ଭ କରିଛୁ ବୋଲି ସଂପାଦକ ଶ୍ରୀ ଗୌଡ଼ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe