ପୁରସ୍କୃତ କଲା ହକି ଇଣ୍ଡିଆ, ସୁନେଲିତାଙ୍କୁ ପ୍ରଶଂସା

ଏସୀୟ ହକି ମହାସଂଘ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାର ବିଜେତା, ଉପବିଜେତା ଓ ତୃତୀୟ ସ୍ଥାନ ଲାଗି ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲା। ବିଜେତା ଭାରତକୁ ୧୦୦୦୦ ଆମେରିକୀୟ...

adagdagdag

ଏସୀୟ ହକି ମହାସଂଘ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାର ବିଜେତା, ଉପବିଜେତା ଓ ତୃତୀୟ ସ୍ଥାନ ଲାଗି ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲା। ବିଜେତା ଭାରତକୁ ୧୦୦୦୦ ଆମେରିକୀୟ ଡଲାର (ସାଢ଼େ ୮ ଲକ୍ଷ ଟଙ୍କା) ମିଳିଥିଲା ବେଳେ ଉପବିଜେତା ଚୀନ୍‌କୁ ୭୦୦୦ ଡଲାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଜାପାନକୁ ୫୦୦୦ ଡଲାର ପୁରସ୍କାର ରାଶି ମିଳିଛି। ଏଥିସହ ବିଜେତା ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ୩ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍‌କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ହକି ଇଣ୍ଡିଆ ଘୋଷଣା କରିଛି।

ବିଜେତା ଭାରତକୁ ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଅଲିମ୍ପିକ୍ସ ରୌପ୍ୟ ବିଜେତା ଚୀନ୍‌କୁ ହରାଇ ଭାରତ ବିଜେତା ହୋଇଛି। ମୁଁ ଏହି ଅବସରରେ ଦଳକୁ ଶୁଭକାମନା ଜଣାଉଛି। ହରେନ୍ଦ୍ର ସିଂହଙ୍କ ତତ୍ତ୍ବାବଧାନରେ ଦଳ ଭଲ ଖେଳିଛି। ଦଳର ସବୁଠୁ ସାନ ତଥା ଆମ ଓଡ଼ିଆ ଝିଅ ସୁନେ‌ଲିତା ଟୋପ୍ପୋ ପୂରା ପ୍ରତିଯୋଗିତାରେ ଭଲ କରିଛନ୍ତି। ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳର ଓଡ଼ିଶା ପୃଷ୍ଠପୋଷକ ତଥା ପ୍ରାୟୋଜକ ରହି ଗର୍ବ ଅନୁଭବ କରିଛି। ଏହି ଦଳକୁ ଓଡ଼ିଶାବାସୀ ସ୍ବାଗତ କରିବାକୁ ଉତ୍ସୁକତା ସହ ଅପେକ୍ଷା କରି ରହିଛନ୍ତି। ଦଳର ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe