Hockey: ପ୍ରୋ-ଲିଗ୍‌ ହକି ଲାଗି ସାମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ୫

Advertisment

ରାଉରକେଲାରେ ଆସନ୍ତା ମାସରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତା ଲାଗି ହକି ଲାଗି ହକି ଇଣ୍ଡିଆ ଗୁରୁବାର ୩୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି।

ରାଉରକେଲାରେ ଆସନ୍ତା ମାସରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତା ଲାଗି ହକି ଲାଗି ହକି ଇଣ୍ଡିଆ ଗୁରୁବାର ୩୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି।

hockey1

ଭୁବନେଶ୍ବର: ରାଉରକେଲାରେ ଆସନ୍ତା ମାସରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତା ଲାଗି ହକି ଲାଗି ହକି ଇଣ୍ଡିଆ ଗୁରୁବାର ୩୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାରୁ ୫ ଜଣ ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଶିଳାନନ୍ଦ ଲାକ୍ରା, ଅମନଦୀପ ଲାକ୍ରା ଓ ରୋଶନ କୁଜୁର ସ୍ଥାନ ପାଇଛନ୍ତି। ଏମାନେ ରାଉରକେଲାରେ ଫେବ୍ରୁଆରି ୧ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଦଳର ପ୍ରସ୍ତୁତି ଶିବିରରେ ଅଂଶଗ୍ରହଣ କରିବେ।

ଏହି ଶିବିରରୁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଫେବ୍ରୁଆରି ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରୋ-ଲିଗ୍‌ ଲାଗି ଚୂଡ଼ାନ୍ତ ଦଳ ଘୋଷଣା କରାଯିବ। ଶିବିର ପୂର୍ବରୁ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ କହିଛନ୍ତି ଯେ ‘‘ହକି ଇଣ୍ଡିଆ ଲିଗ୍‌ ପ୍ରଦର୍ଶନ ଦେଖି ଆମେ ଏହି ଦଳ ଚୟନ କରିଛି। କାର୍ଯ୍ୟଭାର ଯୋଗୁଁ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛୁ। ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସୁଯୋଗ ଦେଇଛୁ। ଆଗାମୀ ବିଶ୍ବକପ୍‌ ଓ ଏସୀୟ କ୍ରୀଡ଼ା ଆମର ମୁଖ୍ୟ ଲକ୍ଷ୍ୟ ରହିଥିବାରୁ ରାଉରକେଲା ଓ ହୋବର୍ତ ପ୍ରୋ-ଲିଗ୍‌ ପ୍ରଦର୍ଶନ ଆମକୁ ଭଲ ଦଳ ଚୟନ କରିବାକୁ ସାହାଯ୍ୟ କରିବ।’’

ଆହୁରି ପଢ଼ନ୍ତୁ: Politics: ସୁନେତ୍ରାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେବ ଏନ୍‌ସିପି

ଭାରତୀୟ ଦଳ: ପବନ, ସୂରଜ କର‌କେର, ମୋହିତ ହୋନ୍ନେନାହାଲ୍ଲୀ ଶଶିକୁମାର, ପ୍ରିନ୍‌ସଦୀପ ସିଂହ (ଗୋଲି), ଅମିତ ରୋହିଦାସ, ଜର୍ମନପ୍ରୀତ ସିଂହ, ସଞ୍ଜୟ, ହର୍‌ମନପ୍ରୀତ ସିଂହ, ଯୁଗରାଜ ସିଂହ, ସୁମିତ, ପୂବାନ୍ନା ଚନ୍ଦୁରା ବବି, ୟଶଦୀପ ସିୱଚ, ନୀଲମ ସଞ୍ଜୀପ ଖେସ୍‌, ଅମନଦୀପ ଲାକ୍ରା (ଡିଫେଣ୍ଡର), ରାଜିନ୍ଦର ସିଂହ, ମନପ୍ରୀତ ସିଂହ, ହାର୍ଦିକ ସିଂହ, ମୋଇରାଙ୍ଗଥେମ ରବିଚନ୍ଦ୍ର ସିଂହ, ବିବେକ ସାଗର ପ୍ରସାଦ, ବିଷ୍ଣୁକାନ୍ତ ସିଂହ, ରାଜକୁମାର ପାଲ, ନୀଳକାନ୍ତ ଶର୍ମା, ରୋଶନ କୁଜୁର (ମିଡ୍‌ଫିଲ୍ଡର), ଅଭିଷେକ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା, ମନଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ, ଅଙ୍ଗଦବୀର ସିଂହ, ଉତ୍ତମ ସିଂହ, ସେଲ୍‌ଭାମ କାର୍ତ୍ତୀ, ଆଦିତ୍ୟ ଅର୍ଜୁନ ଲାଲାଗେ, ମନିନ୍ଦର ସିଂହ (ଫରୱାର୍ଡ)।

ଆହୁରି ପଢ଼ନ୍ତୁ: Australian Open: ଫାଇନାଲରେ ଆରିନା ସାବାଲେଙ୍କା-ଏଲିନା ରିବାକିନା ମୁକାବିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe