ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ହକି ଇଣ୍ଡିଆର ସ‌ହଯୋଗ

Advertisment
ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ହକି ଇଣ୍ଡିଆର ସ‌ହଯୋଗ

ଭୁବନେଶ୍ବର: ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଛି ହକି ଇଣ୍ଡିଆ। ଦାତବ୍ୟ ଅନୁଷ୍ଠାନ ରେଡକ୍ରସକୁ ୨୫୦୦୦ ଆମେରିକୀୟ ଡଲାର ବା ପାଖାପାଖି ୧୮ ଲକ୍ଷ ଟଙ୍କା ଦାନ ଦେବାକୁ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଅର୍ଥ ରାଶି ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଖେଳାଳିଙ୍କ ସ୍ବାକ୍ଷର ଥିବା ୪ଟି ଜର୍ସି ମଧ୍ୟ ପ୍ରାଦନ କରିଯାଇଛି। ଏହି ଜର୍ସିକୁ ନିଲାମ କରାଯିବ। ନିଲାମରୁ ମିଳିବାକୁ ଥିବା ଅର୍ଥ ରାଶି ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଅ ପକ୍ଷରୁ ସୂଚନା ଦିଆଯାଇଛି। ଆମ ଦେଶର ଏଭଳି ଘଡ଼ିସନ୍ଧି ସମୟରେ ଅନ୍ତର୍ଜାତୀୟ ସାଥୀଠୁ ସହଯୋଗ ମିଳିଛି। ଏଥିପାଇଁ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଉଛି ବୋଲି ଅଷ୍ଟ୍ରେଲିଆ ହକି ବୋର୍ଡର ସଭାପତି ମେଲାନି ୱସ୍‌ନମ କହିଛନ୍ତି। ଅଷ୍ଟ୍ରେଲିଆରେ ଘଟିଥିବା ଅଗ୍ନିକାଣ୍ଡ ଲାଗି ଆମ‌େ ଦୁଃଖିତ। ହକି ଇଣ୍ଡିଆ ତରଫରୁ ଏହି ଛୋଟିଆ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି କହିଛନ୍ତି ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe