ହକି ଇଣ୍ଡିଆ ଲିଗ୍‌: ଉଦ୍‌ଘାଟନୀ ମ୍ୟାଚ୍‌ଷର ଦିଲ୍ଲୀ ଏସ୍‌ଜି ପାଇପର୍ସ ବିଜୟୀ

ଦୀର୍ଘ ସାତ ବର୍ଷର ବ୍ୟବଧାନପରେ ନୂଆ ରୂପରେ ତଥା ଆକର୍ଷଣୀୟ ଢଙ୍ଗରେ ଶନିବାରଠାରୁ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ଉଦ୍‌ଘାଟନ ମ୍ୟାଚ୍‌କୁ ଦେଖିବାକୁ ହକିପ୍ରେମୀଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ରାଉରକେଲା: ଦୀର୍ଘ ସାତ ବର୍ଷର ବ୍ୟବଧାନପରେ ନୂଆ ରୂପରେ ତଥା ଆକର୍ଷଣୀୟ ଢଙ୍ଗରେ ଶନିବାରଠାରୁ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ଉଦ୍‌ଘାଟନ ମ୍ୟାଚ୍‌କୁ ଦେଖିବାକୁ ହକିପ୍ରେମୀଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପାଖାପାଖି ୧୫ ହଜାର ଦର୍ଶକ ଟିମ୍‌ ଗୋନସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ଉପଭୋଗ କରିଥିଲେ। 

ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ସାରା ଉଭୟ ଦଳର ଖେଳାଳିଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ତେବେ ଉଭୟ ଦଳ କେବଳ ଦୁଇଟି ଲେଖାଏ ଗୋଲ୍‌ ଦେବାରେ ସକ୍ଷମ ହେବାରୁ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ପରେ ସୁଟ୍‌ ଆଉଟ୍‌ରେ କିନ୍ତୁ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ୪-୨ ଗୋଲ୍‌ରେ ବାଜି ମାରିନେଇଥିଲା।

publive-image

ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ସାରା ଉଭୟ ଦଳର ଖେଳାଳିଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। 

ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରୁ ଦିଲ୍ଲୀ ଆକ୍ରମଣ ଆରମ୍ଭ କରିଥିଲା। ଫଳରେ ୫ମ ମିନିଟ୍‌ରେ ଏକ ସଫଳତା ବି ମିଳିଥିଲା। ତେବେ ଗୋନାସିକା ଚମତ୍କାର ପ୍ରତ୍ୟାବର୍ତ୍ତନକରି ଲାଗ୍‌ ଲାଗ୍‌ ଦୁଇଟି ଗୋଲ୍‌ଦେଇ ୨-୧ ଗୋଲ୍‌ରେ ଆଗୁଆ ହୋଇଥିଲା। କିନ୍ତୁ ଏସ୍‌ସି ପାଇପର୍ସ‌୍ର ଟୋମାସ ଡୋମିନି ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌୍‌(୫ ଓ ୩୯ ମିନିଟ୍‌) ଦେଇ ମ୍ୟାଚ୍‌କୁ ଡ୍ର କରିଥିଲେ। ଟିମ୍‌ ଗୋନାସିକାର ଷ୍ଟ୍ରୁଆନ ୱାକର୍‌(୨୬) ଓ ଭିକ୍ଟର ଚାର୍ଲେଟ୍‌(୩୫) ଗୋଟିଏ ଲେଖାଏ ଗୋଲ୍‌ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe