ଷ୍ଟାଡିୟମ ସ୍ଥିତି ପରଖିଲେ ହକି ଇଣ୍ଡିଆ ପ୍ରତିନିଧି; ୨୮ରୁ ହକି ଇଣ୍ଡିଆ ଲିଗ୍‌

ପୁଣି ଥରେ ରାଉରକେଲାକୁ ଫେରିବ ହକି। ଆସନ୍ତା ୨୮ ତାରିଖରୁ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ ହେବ। ଏଠାରେ ମୋଟ୍‌ ୮ଟି ଫ୍ରାଞ୍ଚାଇଜି ସହବନ୍ଧିତ ଭାରତୀୟ ଓ ବିଦେଶୀ ଖେଳାଳି ନିଜର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ।

ରାଉରକେଲା: ପୁଣି ଥରେ ରାଉରକେଲାକୁ ଫେରିବ ହକି। ଆସନ୍ତା ୨୮ ତାରିଖରୁ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ ହେବ। ଏଠାରେ ମୋଟ୍‌ ୮ଟି ଫ୍ରାଞ୍ଚାଇଜି ସହବନ୍ଧିତ ଭାରତୀୟ ଓ ବିଦେଶୀ ଖେଳାଳି ନିଜର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆର ଏକ ପ୍ରତିନିଧି ଦଳ ରାଉରକେଲାରେ ପହଞ୍ଚିଛନ୍ତି। ରବିବାର ପୂର୍ବାହ୍ନରେ ପ୍ରତିନିଧି ଦଳ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚି ସୁବିଧାସୁଯୋଗ ତଦାରଖ କରିଥିଲେ।

ଆଷ୍ଟ୍ରୋଟର୍ଫ‌୍ ସମେତ ଦର୍ଶକ ଗ୍ୟାଲେରୀ, ଶୌଚାଳୟ, ପାର୍କିଂସ୍ଥଳୀ, ପ୍ରବେଶ ପଥ, ଆଦି ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ର ଖେଳାଳି ସ୍ଥାନୀୟ ମେ’ ଫେୟାର ବିଶ୍ବକପ ଗ୍ରାମରେ ରହିବେ।

publive-image

ଡିସେମ୍ବର ୨୦ ତାରିଖ ପରେ ଖେଳାଳିମାନେ ରାଉରକେଲାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟାଡିୟମକୁ ଆନୁଷ୍ଠାନିକଭାବେ ହକି ଇଣ୍ଡିଆକୁ ହସ୍ତାନ୍ତର କରାଯାଇଛି। ତେବେ ଏଥର ଦର୍ଶକଙ୍କ ପାଇଁ ନିଃଶୁଳ୍କ ପ୍ରବେଶ ରହିବ ନା ଟିକଟ ଦର ଧାର୍ଯ୍ୟ ହେବ, ତାହା ଏଯାଏ ଚୂଡ଼ାନ୍ତ ହୋଇନାହିଁ। ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆ ଯୁଗ୍ମ ନିର୍ଦ୍ଦେଶକ ବି.ଏନ. ନିର୍ଦ୍ଦେଶକ, ରାଜ୍ୟ କ୍ରୀଡ଼ା ଉପ ନିର୍ଦ୍ଦେଶକ ସୁଦୀପ୍ତ ନାୟକଙ୍କ ସମେତ ହକି ଇଣ୍ଡିଆ ବୈଷୟିକ ବିଭାଗ, ପ୍ରସାରଣ ବିଭାଗର ପଦାଧିକାରୀ ସାମିଲଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe