ହକି ଇଣ୍ଡିଆ ଲିଗ୍‌ ପଞ୍ଜୀକରଣ ଆରମ୍ଭ

Advertisment
ହକି ଇଣ୍ଡିଆ ଲିଗ୍‌ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ୮ ବର୍ଷ ପରେ ଫେରିବାକୁ ଯାଉଛି। ଏହି ପ୍ରତିଯୋଗିତା ଚଳିତ ବର୍ଷ ଶେଷ ‌ଆଡ଼କୁ ହେବାର ଯୋଜନା ରହିଛି। ଏଚ୍‌ଆଇଏଲ୍‌ ୨୦୨୪-୨୫ ସଂସ୍କରଣର ୮ ପୁରୁଷ ଓ ୬ ମହିଳା ଦଳ ଲାଗି ଖେଳାଳି ପଞ୍ଜୀକରଣ ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏହା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ମହିଳା ଏଚ୍‌ଆଇଏଲ୍‌ ପ୍ରଥମ ଥର ହେବାକୁ ଯାଉଛି। ଏଥିସହ ଉଭୟ ପୁରୁଷ ଓ ମହିଳା ଏଚ୍‌ଆଇଏଲ୍‌ ଏକା ସାଙ୍ଗରେ ଆୟୋଜନ ହେବାର ରହିଛି। ଭାରତ ସହ ହକି ଇଣ୍ଡିଆ ମଧ୍ୟ ହକି ଖେଳୁଥିବା ୧୫ ଦେଶର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ଏହି ପ୍ରତିଯୋଗିତା ଲାଗି ପଞ୍ଜୀକରଣ କରିବାକୁ ଆମନ୍ତ୍ରଣ କରିଛି।

ଏହି ଲିଗ୍‌ ଏଫ୍‌ଆଇଏଚ୍‌ ୱିଣ୍ଡୋ ଅନୁଯାୟୀ ଚଳିତ ବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇ ୨୦୨୫ ଫେବ୍ରୁଆରି ପ୍ରଥମ ସପ୍ତାହ ମଧ୍ୟରେ ଆୟୋଜନ କରାଯିବାର ଯୋଜନା ରହିଛି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ‘‘ହକି ଇଣ୍ଡିଆ ଲିଗ୍ ୨୦୨୪-୨୫ ସଂସ୍କରଣ ପାଇଁ ଖେଳାଳି ପଞ୍ଜୀକରଣ ଆରମ୍ଭ କରି ଆମେ ବହୁତ ଖୁସି। ପୁଣି ଥରେ ଏଚ୍‌ଆଇଏଲ୍‌ ଆରମ୍ଭ କରିବାକୁ ଯାଉଛୁ। ଏକ ଲିଗ୍‌କୁ ସାରା ବିଶ୍ୱରେ ହକି ଖେଳାଳି ଏବଂ ପ୍ରଶଂସକମାନେ ଭଲ ପାଉଥିଲେ। ପ୍ରତିଯୋଗିତାରେ ଆମ ଖେଳାଳିମାନେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହିତ ଏବଂ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe