ହକି ଇଣ୍ଡିଆର ଘୋଷଣା: ଟିମ୍‌ରେ ରହିବେ ୩୩ ସଦସ୍ୟ, ଆସନ୍ତାକାଲିଠୁ ଜାତୀୟ ଶିବିର

Advertisment
ହକି ଇଣ୍ଡିଆର ଘୋଷଣା: ଟିମ୍‌ରେ ରହିବେ ୩୩ ସଦସ୍ୟ, ଆସନ୍ତାକାଲିଠୁ ଜାତୀୟ ଶିବିର

ନୂଆଦିଲ୍ଲୀ: ଗତ ଡିସେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗରେ କାଂସ୍ୟ ପଦକ ହାସଲ କରିବା ପରେ ହକି ଇଣ୍ଡିଆ ବୁଧବାର ଭାରତୀୟ ଟିମ୍‌ରେ ୩୩ ଜଣ ସଦସ୍ୟଙ୍କ ନାମ ଭାରତୀୟ ଟିମ୍‌ ପାଇଁ ଘୋଷଣା କରିଛି। ଯେଉଁ ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ମିଳିଛି, ସେମାନେ ଜାନୁଆରି ୪ରେ ରିପୋର୍ଟ କରିବେ। ୨୦୧୮ରେ ଭାରତ ୪ଟି ଜାତୀୟ ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲାଣ୍ଡରେ ଖେଳିବ। ଏହା ପୂର୍ବରୁ ବେଙ୍ଗାଲୁରୁସ୍ଥିତ ସ୍ପୋଟସ୍‌ ଅଥରଟି ଅଫ୍‌ ଇଣ୍ଡିଆ ପଡ଼ିଆରେ ୧୦ ଦିବସୀୟ ଶିବିର ଜାନୁଆରି ୪ରୁ ଆରମ୍ଭ ହେବ।

ବର୍ଷ ୨୦୧୮ ଏପ୍ରିଲରେ ଗୋଲ୍‌ଡ କଷ୍ଟ କମନେଓ୍ଵଲ୍‌ଥ ଗେମ୍‌ସ ପରେ ହକି ଚମ୍ପିଅନସିପ୍‌ ଟ୍ରଫି ବ୍ରେଡା ଜୁଲାଇରେ ଖେଳାଯିବ। ସେହିପରି ଅଗଷ୍ଟରେ ଜାକର୍ତାରେ ଏସିଆନ୍‌ ଗେମ୍ସ ପରେ ଅକ୍ଟୋବରରେ ଆସିଆନ୍‌ ଚମ୍ପିଅନ୍‌ସ ଟ୍ରଫି ଖେଳାଯିବ। ଶେଷରେ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ଓଡ଼ିଶା ପୁରୁଷ ବିଶ୍ୱ କପ୍‌ ନଭେମ୍ବରରେ ଆୟୋଜନ ହେବ। ଜାତୀୟ ଶିବିରରେ ଉଭୟ ଅଭିଜ୍ଞ ଓ ନୂଆ ଖେଳାଳି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

publive-image

ଟିମ୍‌ରେ ୨୦୧୬ ଜୁନିଅର ପୁରୁଷ ବିଶ୍ୱ କପ୍‌ର ବିଜୟୀ ଟିମ୍‌ରେ ଖେଳିଥିବା ଗୋଲକିପର ବି ପାଠକଙ୍କ ସହିତ ଆକାଶ ଅନୀଲ ଚିକଟେ ଓ ସୁରଜ କେରକେଟାଙ୍କୁ ସ୍ଥାନ ମିଳିଛି। ନୀଲମ ସଞ୍ଜିପ ଜେଜାଙ୍କୁ ବରିଷ୍ଠ ଦଳରେ ସ୍ଥାନ ଦିଆଯାଇଛି। ସେ ସର୍ଦ୍ଦାର ସିଂହ, ହରମନପ୍ରୀତ ସିଂହ, ଅମିତ ରୋହିଦାସ, ଦୀପସାନ ତିର୍କୀ, ବରୁଣ କୁମାର, ରୂପିନ୍ଦର ପାଲ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂହଙ୍କ ତତ୍ୱାବଧାନରେ ଖେଳିବେ।

ମିଡଫିଲ୍ଡର ଭାବରେ ମନପ୍ରୀତ ସିଂହ, ଚିଙ୍ଗଲେନସନା ସିଂହ, ଏସ୍‌କେ ଉଥାପା, ସୁମିତ, କୋଠାଜିତ ସିଂହ, ସତବୀର ସିଂହ, ନୀଳକଣ୍ଠ ଶର୍ମା, ସିମରନଜୀତ ସିଂହ, ହରଜୀତ ସିଂହ ଖେଳିବେ। ସୁମିତ କୁମାରଙ୍କୁ ଶିବିରରେ ଭାଗ ନେବାକୁ ସୁଯୋଗ ମିଳିଛି। ଏଥି ସହିତ ଏସ୍‌ଭି ସୁନିଲ, ଅକ୍ଷରଦୀପ ସିଂହ, ମନ୍ଦୀପ ସିଂହ, ଅରମାନ କ୍ୱରେସି, ଅଫାନ ୟୁସୁଫ ଓ ତଲଓ୍ଵିନ୍ଦର ସିଂହ ମଧ୍ୟ ଶିବିରରେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe