ହକି ଇଣ୍ଡିଆ ବାଣ୍ଟିବ ୧୧ ହଜାର ଷ୍ଟିକ୍‌, ୩୩୦୦ ବଲ୍‌

ହକି ଇଣ୍ଡିଆ ବାଣ୍ଟିବ ୧୧ ହଜାର ଷ୍ଟିକ୍‌, ୩୩୦୦ ବଲ୍‌

ନୂଆଦିଲ୍ଲୀ : ସାରା ଦେଶରେ ହକିର ବିକାଶ ପାଇଁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ହକି ଇଣ୍ଡିଆ। ବିଶେଷକରି ରାଜ୍ୟ ସଦସ୍ୟ ୟୁନିଟ୍‌ ଏବଂ ହକି ଏକାଡେମୀଗୁଡ଼ିକର ବିକାଶ ନିମନ୍ତେ ପର୍ଯ୍ୟାୟକ୍ରମେ ୧୧ ହଜାର ହକି ଷ୍ଟିକ୍‌, ୩୩୦୦ ହକି ବଲ୍‌ ସହିତ ଅନ୍ୟାନ୍ୟ ଖେଳ ସୁରକ୍ଷା ସରଞ୍ଜାମ ବାଣ୍ଟିବ ବୋଲି ହକି ଇଣ୍ଡିଆ ବୁଧବାର ଘୋଷଣା କରିଛି। ସମସ୍ତ ସଦସ୍ୟ ୟନିଟ୍‌ ଏବଂ ବଛାବଛା ଏକାଡେମୀ ହକି ଷ୍ଟିକ୍‌ ଓ ହକି ବଲ୍‌ ପାଇବେ ବୋଲି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲିପ ତିର୍କି କହିଛନ୍ତି। ଏହାଦ୍ବାରା ଦେଶର ହକି ଖେଳାଳିମାନେ ଉପକୃତ ହେବା ସାଙ୍ଗକୁ ଏହି ‌ଖେଳ ଅଧିକ ଆଦୃତ ହୋଇପାରିବ ବୋଲି ଶ୍ରୀ ତିର୍କି କହିଛନ୍ତି।

publive-image

ହକି ଖେଳାଳିମାନେ ସେମାନଙ୍କ କ୍ୟାରିୟର ଆରମ୍ଭରୁ ଉପଯୁକ୍ତ ସରଞ୍ଜାମ ପାଇପାରିବେ ଏବଂ ଖେଳାଳିମାନେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେହି ଲକ୍ଷ୍ୟ ନେଇ ଆମେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛୁ ବୋଲି ଦିଲିପ କହିଛନ୍ତି। ଅନ୍ୟପକ୍ଷରେ ହକି ଇଣ୍ଡିଆର ଏହି ପଦକ୍ଷେପ ବଳରେ ସଦସ୍ୟ ୟୁନିଟ୍‌ ଏବଂ ବିଭିନ୍ନ ଏକାଡେମୀ ହକି ଖେଳକୁ ପରିଚାଳନା କରିବାରେ ଅସୁବିଧା ଭୋ‌ଗିବେନି ବୋଲି ମଧ୍ୟ ସେ କହିଛନ୍ତି। ଏଭଳି ବଡ଼ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ଘୋଷଣା ବେଳେ ହକି ଇଣ୍ଡିଆ ସଭାପତିଙ୍କ ବ୍ୟତୀତ ହକି ଇଣ୍ଡିଆ ମହାସଚିବ ଭୋଳାନାଥ ସିଂହ ଉପସ୍ଥିତ ଥିଲେ। ହକିର ବିକାଶ ଦିଗରେ ଏହି ନିଷ୍ପତ୍ତି ଯଥେଷ୍ଟ ସହାୟକ ହେବ ବୋଲି ଶ୍ରୀ ସିଂହ କହିଥିଲେ। ସାରା ଦେଶର କୋଣଅନୁକୋଣରେ ପ୍ରଚୁର ପ୍ରତିଭା ଅଛନ୍ତି। ସେମାନଙ୍କୁ ଉନ୍ନତମାନର ସରଞ୍ଜାମ ଯୋଗାଇଦେବା ଆମର ଲକ୍ଷ୍ୟ। ଯାହାଦ୍ବାରା ସେମାନେ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଅସହାୟ ମନେକରିବେନି ବୋଲି କହିଛନ୍ତି ଶ୍ରୀ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe