ରାଜ୍ୟ କନିଷ୍ଠ ବାଳକ ହକି: ଉଦ୍‌ଘାଟନୀ ଦିବସରେ ୫ ମ୍ୟାଚ୍‌

ମଙ୍ଗଳବାରଠାରୁ ଚତୁର୍ଥ ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟୟରେ ୫ଟି କ୍ବାଲିଫାୟର୍‌ ମ୍ୟାଚ୍‌ ଖେଳାଯାଇଥିଲା। ଅପରପକ୍ଷରେ ନବରଙ୍ଗପୁର ଅନୁପସ୍ଥିତ ରହିବାରୁ ବରଗଡ଼ ଓ ଗଜପତି ଦଳ ଅନୁପସ୍ଥିତ ରହିବାରୁ ପୁରୀକୁ ବିଜେତା ଘୋଷଣା କରାଯାଇଛି।

hockey

ରାଉରକେଲା: ମଙ୍ଗଳବାରଠାରୁ ଚତୁର୍ଥ ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟୟରେ ୫ଟି କ୍ବାଲିଫାୟର୍‌ ମ୍ୟାଚ୍‌ ଖେଳାଯାଇଥିଲା। ଅପରପକ୍ଷରେ ନବରଙ୍ଗପୁର ଅନୁପସ୍ଥିତ ରହିବାରୁ ବରଗଡ଼ ଓ ଗଜପତି ଦଳ ଅନୁପସ୍ଥିତ ରହିବାରୁ ପୁରୀକୁ ବିଜେତା ଘୋଷଣା କରାଯାଇଛି।

ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ କଳାହାଣ୍ଡି ୩-୦ ଗୋଲ୍‌ରେ କୋରାପୁଟକୁ ପରାସ୍ତ କରିଥିବାବେଳେ ଜଗତସିଂହପୁର ୧୦-୦ ଗୋଲ୍‌ରେ ବାଲେଶ୍ବର, ଏକ୍ସ-ପାରାମିଲିଟାରୀ ଜୟ ଯବାନ ଆସୋସିଏସନ ୮-୦ ଗୋଲ୍‌ରେ ଗାଙ୍ଗପୁର ସ୍ପୋର୍ଟ୍ସ ଏକାଡେମୀ, ସୁବର୍ଣ୍ଣପୁର ୫-୦ ଗୋଲରେ ହକି ଗାଙ୍ଗପୁର ଓଡ଼ିଶା ଓ ଦିଲୀପ ତିର୍କି ସ୍ପୋର୍ଟ୍ସ ଏକାଡେମୀ ୯-୦ ଗୋଲ୍‌ରେ ବୌଦ୍ଧକୁ ପରାସ୍ତକରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

Rourkela | Hockey 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe