କରୋନା ମୁକ୍ତ ହେଲେ ହକି ଖେଳାଳି

Advertisment
ଏସ୍‌ସିବିର ପ୍ରଫେସର୍‌, ପୁଲିସ ଏସିପି ସଂକ୍ରମିତ

Science

ବେଙ୍ଗାଲୁରୁ: ଅଧିନାୟକ ମନପ୍ରୀତ ସିଂହଙ୍କ ସମେତ କରୋନା ସଂକ୍ରମିତ ହୋଇଥିବା ୬ ଜଣ ଭାରତୀୟ ହକି ଖେଳାଳି ଆରୋଗ୍ୟ ଲାଭ କରି ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ମନପ୍ରୀତଙ୍କ ସହ ରକ୍ଷଣଭାଗ ଖେଳାଳି ସୁରେନ୍ଦର କୁମାର, ଯସ୍କରଣ ସିଂହ, ବରୁଣ କୁମାର, ଗୋଲରକ୍ଷକ କ୍ରିଷ୍ଣନ୍ ବାହାଦୁର ପାଠକ ଏବଂ ଷ୍ଟ୍ରାଇକର ମନଦୀପ ସିଂହଙ୍କ ରିପୋର୍ଟ ଦୁଇଥର ନେଗେଟିଭ୍ ଆସିଥିଲା ବେଳେ ସେମାନେ ଏବେ ପୂରା ସୁସ୍ଥ ଅଛନ୍ତି। ଏହି ଖେଳାଳିମାନେ ବେଙ୍ଗାଲୁରୁର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିର ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ବ୍ଲଡ୍ ଅକ୍ସିଜେନ୍ ସ୍ତର କମିଯିବାରୁ ମନଦୀପ ପ୍ରଥମ ଖେଳାଳି ଭାବେ ଏକ ସ୍ଥାନୀୟ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ପରେ ମନପ୍ରୀତ ଓ ଅନ୍ୟ ‌ଖେଳାଳିଙ୍କୁ ସେହି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆସନ୍ତା ବୁଧବାରଠାରୁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ତେବେ ଏହି ୬ ଜଣ ଖେଳାଳି ଆଉ କିଛି ସମୟ ସଙ୍ଗରୋଧରେ ରହିବେ। ପ୍ରଶିକ୍ଷଣ ଶିବିରରେ ୩୩ ପୁରୁଷ ଓ ୨୪ ମହିଳା ଖେଳାଳି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଶିକ୍ଷଣ ଶିବିର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟରେ କରୋନାର ସମସ୍ତ ନିୟମ ସହ କଡ଼ାକଡ଼ି ଭାବେ ସାମଜିକ ଦୂରତା ରକ୍ଷା କରାଯିବ ବୋଲି ହକି ଇଣ୍ଡିଆ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe