ଲୌସାନେ (ସ୍ବିଜରଲାଣ୍ଡ୍): ପୁରୁଷ ହକି ଶୃଙ୍ଖଳା ଫାଇନାଲ୍ସର ଦ୍ବିତୀୟ ଚରଣ ପ୍ରତିଯୋଗିତା ଭାରତରେ ଆୟୋଜିତ ହେବ। ଏହି ପ୍ରତିଯୋଗିତା ଆସନ୍ତାବର୍ଷ ଜୁନ୍ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଆୟୋଜକ ଭାରତ ବ୍ୟତୀତ ଏସୀୟ କ୍ରୀଡ଼ା ବିଜେତା ଜାପାନ, ମେକ୍ସିକୋ, ପୋଲାଣ୍ଡ୍, ରୁଷିଆ, ଦକ୍ଷିଣ ଆଫ୍ରିକା ଓ ଆେମରିକା ପ୍ରତିଦ୍ବନ୍ଦ୍ବିତା କରିବେ। ଅନ୍ୟଏକ ଦଳ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଏହି ପ୍ରତିଯୋଗିତାରୁ ଦୁଇ ଶ୍ରେଷ୍ଠ ଦଳ ହିଁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟକୁ ଉନ୍ନୀତ ହେବେ। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଆସନ୍ତାବର୍ଷ ନଭେମ୍ବରରେ ଆୟୋଜିତ ହେବ। ତେବେ ଭାରତରେ ଆୟୋଜିତ ପ୍ରତିଯୋଗିତା ପାଇଁ ପରେ ସ୍ଥାନ ଘୋଷଣା କରାଯିବ। ଅନ୍ୟ ଦୁଇଟି ପ୍ରତିଯୋଗିତା ମାଲେସିଆ ରାଜଧାନୀ କୁଆଲାଲୁମ୍ପୁର ଓ ଫ୍ରାନ୍ସର ଲି ତକେଟ୍ରେ ଆୟୋଜିତ ହେବ। ମାଲେସିଆ ଚରଣ ଏପ୍ରିଲ ୨୬ରୁ ମେ ୪ ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ମାଲେସିଆ, ଅଷ୍ଟ୍ରିଆ, ବ୍ରାଜିଲ, କାନାଡା, ଚୀନ୍, ଇଟାଲି, ଭନୌତୁ ଓ ୱେଲ୍ସ ଅଂଶ ଗ୍ରହଣ କରୁଥିଲା ବେଳେ ଜୁନ୍ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଫ୍ରାନ୍ସ ଚରଣରେ ଫ୍ରାନ୍ସ, ଚିଲି, ଆୟର୍ଲାଣ୍ଡ୍, କୋରିଆ, ସ୍କଟ୍ଲାଣ୍ଡ୍, ସିଙ୍ଗାପୁର ସମେତ ଅନ୍ୟ ଦୁଇ ଦଳ ଭାଗ ନେବେ।
ଅନ୍ୟପକ୍ଷରେ ମହିଳା ହକି ଶୃଙ୍ଖଳା ଫାଇନାଲ୍ସ ଆୟର୍ଲାଣ୍ଡ୍ (ଜୁନ୍ ୮ରୁ ୧୬), ଜାପାନ (ଜୁନ୍ ୧୫ରୁ ୨୩) ଏବଂ ଭାଲେନ୍ସିଆ (ଜୁନ୍ ୧୯ରୁ ୨୭)ରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳ ଜାପାନ ଚରଣରେ ପ୍ରତିଦ୍ବନ୍ଦ୍ବିତା କରିବ। ସେଥିରେ ଭାରତ ବ୍ୟତୀତ ଚିଲି, ଫିଜି, ଜାପାନ, ମେକ୍ସିକୋ, ପୋଲାଣ୍ଡ୍, ରୁଷିଆ ଓ ଉରୁଗୁଏ ମଧ୍ୟ ଅଂଶ ଗ୍ରହଣ କରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us