ଓଡ଼ିଶା ହକି ବିଶ୍ୱକପ୍‌: ଷ୍ଟାଡିୟମ୍‌ ବାହାରେ ବି ମ୍ୟାଚ୍‌ ଦେଖିପାରିବେ ଦର୍ଶକ, ଭୁବନେଶ୍ୱରରେ ଲାଗିବ ୧୨ ଏଲ୍‌ଇଡି ସ୍କ୍ରିନ 

Advertisment
ଓଡ଼ିଶା ହକି ବିଶ୍ୱକପ୍‌: ଷ୍ଟାଡିୟମ୍‌ ବାହାରେ ବି ମ୍ୟାଚ୍‌ ଦେଖିପାରିବେ ଦର୍ଶକ, ଭୁବନେଶ୍ୱରରେ ଲାଗିବ ୧୨ ଏଲ୍‌ଇଡି ସ୍କ୍ରିନ 

Odisha Sun Times

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‌ ୭ ଦିନ ପରେ ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ପାଖାପାଖି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବଲିଉଡ ସଂଗୀତ ନିର୍ଦ୍ଦେଶକ ଏ.ଆର ରେହେମାନ୍‌, ଅଭିନେତା ଶାହରୁଖ ଖାନ୍‌ ଓ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଦ୍ୱାରା ପ୍ରସ୍ତୁତ ଉଦ୍‌ଘାଟନୀ ଉତ୍ସବ ଦେଖିବାକୁ ହକିପ୍ରେମୀମାନେ ଉତ୍ସାହିତ ଥିବା ବେଳେ ଯେଉଁମାନେ ଟିକେଟ ପାଇ ପାରି ନାହାନ୍ତି ଏହି ମହୋତ୍ସବ ଦେଖିବାକୁ ବ୍ୟସ୍ତ ହୋଇ ପଡ଼ିଛନ୍ତି। ଏଥି ପାଇଁ ଆୟୋଜକ ପକ୍ଷରୁ ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନମାନଙ୍କରେ ୧୨ଟି ଏଲ୍‌ଇଡି ସ୍କ୍ରିନ ଲାଗିବ।

publive-image

ଦର୍ଶକମାନେ ରାଜଧାନୀ ଭୁବନେଶ୍ୱର ଗୁରୁତ୍ୱପୂର୍ଣ୍ଣ ୧୨ଟି ସ୍ଥାନରେ ଏଲ୍‌ଇଡି ସ୍କ୍ରିନରେ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଏବଂ ଅନ୍ୟ ମ୍ୟାଚ ଗୁଡ଼ିକ ଦେଖି ପାରିବେ। ରାଜଧାନୀର ମାର୍କେଟ ବିଲଡିଂ, ସହିଦନଗର ଦୁର୍ଗାମଣ୍ଡପ, ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ ଛକରେ ଏଲ୍‌ଇଡି ସ୍କ୍ରିନ ଲାଗିବ। ଶାନ୍ତି ଶୃଙ୍ଖଳା ପାଇଁ ଏଲ୍‌ଇଡି ସ୍କ୍ରିନ ନିକଟରେ ପୁଲିସ ମୁତୟନ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe