ହକି ବିଶ୍ବକପ୍‌ ଟ୍ରଫି ପରିକ୍ରମା ୫ରୁ, ୨୧ ଦିନ ଧରି ‌ଦେଶର ୧୬ ସହର ବୁଲିବ

Advertisment
୪ରେ ସମ୍ବଲପୁର ଆସିବ ବିଶ୍ବକପ୍‌ ଟ୍ରଫି

ଭୁବନେଶ୍ବର : ଆସନ୍ତା ମାସ ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ବକପ୍‌। ଏହି ବିଶ୍ବକପ୍‌ ଟ୍ରଫି ପରିକ୍ରମା ପାଇଁ ହକି ଇଣ୍ଡିଆ ‌ଶୁକ୍ରବାର ସୂଚୀ ଘୋଷଣା କରିଛି। ୨୧ ଦିନ ଧରି ଏହି ଟ୍ରଫି ଦେଶର ପ୍ରମୁଖ ୧୬ ସହର ଯାତ୍ରା କରିବ। ଏଥିରେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କୁ ଟ୍ରଫି ହସ୍ତାନ୍ତର କରିବେ। ଏହାପରଠୁ ଟ୍ରଫିର ଯାତ୍ରା ଆରମ୍ଭ ହେବ।

ପ୍ରଥମ ଦିନ ଭୁବନେଶ୍ବର ପରିକ୍ରମା କରିବା ପରେ ଦ୍ବିତୀୟ ଦିପରୁ କୋଲ୍‌କାତା, ଇମ୍ଫାଲ, ଗୁଆହାଟୀ, ଜାମସେଦପୁର, ରାଞ୍ଚି, ଲକ୍ଷ୍ନୌ, ଉତ୍ତରପ୍ରଦେଶ/ପଞ୍ଜାବ, ଅମୃତସର, ସୋନିପାତ, ଦିଲ୍ଲୀ (ଦୁଇ ଦିନ), ଭୋପାଳ ମୁମ୍ବାଇ, ଚେନ୍ନାଇ, ତିରୁଅନନ୍ତପୁରମ, ବେଙ୍ଗ‌ାଲୁରୁ ବୁଲିବା ପରେ ଡିସେମ୍ବର ୨୫ ତାରିଖରେ ଭୁବନେଶ୍ବର ଫେରିବ। ଏଭଳି ଏକ ନିଷ୍ପତ୍ତି ଦେଶର ସମସ୍ତ ହକିପ୍ରେମୀଙ୍କୁ ଉତ୍ସାହିତ କରିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe