ଚର୍ତୁଦଶ ହକି ବିଶ୍ୱକପ୍ରେ ଆୟୋଜକ ଭାରତ ପୁଲ୍-ସିରେ ସ୍ଥାନ ପାଇଛି। ଏହି ପୁଲ୍ରେ ଭାରତ ବ୍ୟତୀତ ବେଲ୍ଜିୟମ, କାନାଡା ଏବଂ ଦକ୍ଷିଣ ଆଫ୍ରିକା ଅଛନ୍ତି। ସେହିଭଳି ୧୬ ଦଳିଆ ପ୍ରତିଯୋଗିତାର ପୁଲ୍ ଏରେ ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ୍ ଓ ଫ୍ରାନ୍ସ ରହିଛନ୍ତି। ପୁଲ୍ ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ ଓ ଚୀନ ସ୍ଥାନ ପାଇଛନ୍ତି। ପୁଲ୍ ଡି’ରେ ନେଦରଲାଣ୍ଡ, ଜର୍ମାନି, ମାଲେସିଆ ଏବଂ ପାକିସ୍ତାନ ରହିଛନ୍ତି। ଏଣୁ ଲିଗ୍ ପର୍ଯ୍ୟାୟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିିସ୍ତାନ ଭେଟା ଭେଟି ହେବାର ଆଶା କମ୍ ରହିଛି। ହେଲେ ପ୍ଲେ ଅଫ୍ ଏବଂ ନକଆଉଟ୍ ପର୍ଯ୍ୟାୟରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇପାରନ୍ତି। ୨୦୧୪ରେ ଆୟୋଜିତ ଗତ ବିଶ୍ୱକପରେ ଅଷ୍ଟ୍ରେଲିଆ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଅଂଶଗ୍ରହଣକାରୀ ଦଳ: ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ, ଚୀନ, ବେଲଜିୟମ, ଭାରତ, କାନାଡା, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ, ଜର୍ମାନି, ମାଲେସିଆ, ପାକିସ୍ତାନ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us