ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଇଣ୍ଡିଜ୍‌ ଦଳକୁ ଫେରିଲେ ହୋଲଡର

Advertisment
ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଇଣ୍ଡିଜ୍‌ ଦଳକୁ ଫେରିଲେ ହୋଲଡର

Zee News

କିଙ୍ଗଷ୍ଟନ: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ୱେଷ୍ଟଇଣ୍ଡିଜ୍‌ ଦଳକୁ ଫେରିଛନ୍ତି ଜାସନ ହୋଲଡର। ୱେଷ୍ଟଇଣ୍ଡିଜ୍‌ ପାଇଁ ସବୁ ଫର୍ମାଟ୍‌ରେ ଖେଳିଥିବା ହୋଲଡର ୧୨୭ ଦିନିକିଆରେ ୨୪.୬୩ ହାରରେ ୧୪୬ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏହି ପୂର୍ବତନ ଅଧିନାୟକ ନିକଟରେ ବାଂଲାଦେଶ ବିପକ୍ଷ ଦିନିକିଆ ଦଳରୁ ବାଦ୍‌ ପଡ଼ିଥିଲେ। ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର କୁଇନ୍‌ସ ପାର୍କ ଓଭାଲରେ ଖେଳାଯିବ। ନିକୋଲାସ ପୂରନ ଏହି ୧୩ ଜଣିଆ ଦଳର ନେତୃତ୍ବ ନେବେ। ଏହା ପରେ ‌ଭାରତ ବିପକ୍ଷରେ ଇଣ୍ଡିଜ୍‌ ୫ ମ୍ୟାଚ୍‌ ବିଶି‌ଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଏହା ଜୁଲାଇ ୨୯ରୁ ତାରୌବାରେ ଆରମ୍ଭ ହେବ।
‌‌ୱେଷ୍ଟଇଣ୍ଡିଜ୍‌ ଦଳ: ନିକୋଲାସ ପୂରନ (ଅଧିନାୟକ), ସାମର ବ୍ରୁକ୍ସ, କିସି କାର୍ଟି, ଜାସନ ହୋଲଡର, ସାଇ ହୋପ, ଅକିଲ ହୁସେନ, ଅଲ୍‌ଜାରି ‌ଯୋଶେଫ, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଗୁଡ଼ାକେଶ ମୋତି, କେମୋ ପଲ, ରୋଭମାନ ପାୱେଲ, ଜେଡେନ ସିଲ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe