ହଂକଂ ଓପନ୍‌: ପ୍ରିକ୍ବାର୍ଟରରେ ପଣ୍ଡା ଭଉଣୀ, ସିନ୍ଧୁଙ୍କୁ ହରାଇଲେ ଅଣସିଡେଡ୍ ଲିନ୍‌

ହଂକଂ ଓପନ୍ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ରାଉଣ୍ଡ୍ ଅଫ୍-୩୨ରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ତାରକା ପିଭି ସିନ୍ଧୁଙ୍କୁ ବହୁତ ବଡ଼ ଝଟ୍‌କା ଲାଗିଛି। ଡେନମାର୍କର ଅଣସିଡେଡ୍ ଖେଳାଳି ଲିନ୍ କ୍ରିଷ୍ଟୋଫେରସେନ୍....

dagdagd

ହଂକଂ: ହଂକଂ ଓପନ୍ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ରାଉଣ୍ଡ୍ ଅଫ୍-୩୨ରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ତାରକା ପିଭି ସିନ୍ଧୁଙ୍କୁ ବହୁତ ବଡ଼ ଝଟ୍‌କା ଲାଗିଛି। ଡେନମାର୍କର ଅଣସିଡେଡ୍ ଖେଳାଳି ଲିନ୍ କ୍ରିଷ୍ଟୋଫେରସେନ୍ ୨୧-୧୫, ୧୬-୨୧, ୧୯-୨୧ରେ ପରାସ୍ତ କରି ବିଦାୟର ପଥ ଦେଖାଇଛନ୍ତି। ଗତମାସରେ ବିଡବ୍‌ଲ୍ୟୁଏଫ୍ ବିଶ୍ବ ଚାମ୍ପିଅନସିପ୍‌ର କ୍ବାର୍ଟରଫାଇନାଲ୍‌ରେ ପରାଜିତ ହୋଇଥିବା ସିନ୍ଧୁ ପୁଣି ଥରେ ନିଜ ଦକ୍ଷତାମୂଳକ ଖେଳ ପ୍ରଦର୍ଶନ କରି ନପାରି ଘଣ୍ଟାକରୁ କମ୍ ସମୟ ଭିତରେ ନବାଗତ ଲିନ୍‌ଙ୍କଠାରୁ ହାରି ଯାଇଥିଲେ। ଗତ ୬ଟି ମୁକାବିଲା ମଧ୍ୟରେ ଲିନ୍‌ଙ୍କଠାରୁ ତାଙ୍କର ଏହା ପ୍ରଥମ ପରାଜୟ। ଏହା ପୂର୍ବରୁ ସ୍ବିସ୍ ଓପନ୍ ଓ ଜାପାନ ଓପନ୍‌ରେ ମଧ୍ୟ ସିନ୍ଧୁ ଦୁର୍ବଳ ପ୍ରଦର୍ଶନ କରିଥିଲେ। 

ଦୁଇ ଓଡ଼ିଆ ତାରକା ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ପଣ୍ଡା ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ମହିଳା ଯୁଗଳ ପ୍ରଥମ ରାଉଣ୍ଡ ମୁକାବିଲାରେ ଏହି ଦୁଇ ଭଉଣୀ ୨୧-୧୭, ୨୧-୯ରେ  ସ୍ଥାନୀୟ ଯୋଡ଼ି ଓଇ କି ଭାନେଶା ପାଙ୍ଗ ଓ ସମ୍ ୟୁ ୱଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ଉଭୟ ମାତ୍ର ୨୮ ମିନିଟ୍‌ ଭିତରେ ଏହି ମ୍ୟାଚ୍ ଜିତି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଥିଲେ। ପୁରୁଷ ଏକକରେ ଏଚ୍‌ଏସ୍‌ ପ୍ରଣୟ ୨୧-୧୭, ୨୧-୧୪ରେ ଚୀନ୍‌ର ଲୁ ଗାଙ୍ଗ ଜୁଙ୍କୁ, କିରଣ ଜର୍ଜ ୨୧-୧୬, ୨୧-୧୧ରେ ସିଙ୍ଗାପୁରର ଜି ହାଙ୍ଗ ଜାସଦ ତେହଙ୍କୁ, ଲକ୍ଷ୍ୟ ସେନ୍‌ ୨୨-୨୦, ୧୬-୨୧, ୨୧-୧୫ରେ ଚାଇନିଜ୍‌ ତାଇପେର ୱାଙ୍ଗ ଟିଜୁ ୱେଇଙ୍କୁ ଏବଂ ଆୟୁଷ ସେଟ୍ଟୀ ୧୫-୨୧, ୨୧-୧୯, ୨୧-୧୩ରେ ଚାଇନିଜ୍ ତାଇପେର ସୁ ଲି ୟାଙ୍ଗଙ୍କୁ ହରାଇ ଆଗକୁ ବଢ଼ିଛନ୍ତି। ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ପୁରୁଷ ଯୁଗଳ ଯୋଡ଼ି ସାଇସାତ୍ତ୍ବିକ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ନିଜ ପ୍ରତିପକ୍ଷ ତାଇୱାନର ଚିୟୁ ହିଆଙ୍ଗ ଚି ଓ ୱାଙ୍ଗ୍ ଚି ଲିନ୍‌ଙ୍କୁ ହରାଇ ଆଗକୁ ବଢ଼ିଛନ୍ତି। ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଧ୍ରୁବ କପିଳ ଓ ତନିଷା କ୍ରାଷ୍ଟୋ ମାତ୍ର ୩୧ ମିନିଟ୍ ଭିତରେ ଚାଇନିଜ୍ ତାଇପେଇ ଯୋଡ଼ି ଚେନ୍ ଚେଙ୍ଗ୍ କୁଆନ ଓ ହୁ ୟିନ୍ ହୁଇଙ୍କଠାରୁ ୧୬-୨୧, ୧୧-୨୧ରେ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe