୨୦୩୬ ଅଲିମ୍ପିକ୍ସ ଆୟୋଜନ ଆଶାକୁ ବଳ

‘‘୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)କୁ ଆଗ୍ରହ ପତ୍ର ପଠାଯାଇସାରିଛି। ଏହି ବିଷୟରେ ଆଇଓସି ସହ ଆମର ନିରନ୍ତର ବାର୍ତ୍ତା ବି ଚାଲିଛି। ଆମ ସହ ଅନ୍ୟ ଦେଶଗୁଡ଼ିକ ଦେଉଥିବା ପ୍ରସ୍ତାବର ଉପଯୋଗିତା ମୂଲ୍ୟାଙ୍କନ ପରେ ଯାଇ ଆଇଓସି....

dgdgdgcvcv

Photograph: (Olympics.com)

ନୂଆଦିଲ୍ଲୀ: ‘‘୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)କୁ ଆଗ୍ରହ ପତ୍ର ପଠାଯାଇସାରିଛି। ଏହି ବିଷୟରେ ଆଇଓସି ସହ ଆମର ନିରନ୍ତର ବାର୍ତ୍ତା ବି ଚାଲିଛି। ଆମ ସହ ଅନ୍ୟ ଦେଶଗୁଡ଼ିକ ଦେଉଥିବା ପ୍ରସ୍ତାବର ଉପଯୋଗିତା ମୂଲ୍ୟାଙ୍କନ ପରେ ଯାଇ ଆଇଓସି ଏହି ଦିଗରେ ଯାହା କିଛି ନିଷ୍ପତ୍ତି ନେଇପାରିବ। ହେଲେ ଆୟୋଜକ ଚୟନ ପ୍ରକ୍ରିୟାକୁ ଆଇଓସିର ନୂଆ ସଭାପତି କ୍ରିଷ୍ଟି କୋଭେଣ୍ଟ୍ରି ଅଚାନକ ସ୍ଥଗିତ କରି ଦେଇଛନ୍ତି। ସେଥିପାଇଁ ଆମ ବିଡ୍ ଦାଖଲ ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ଓ ଭଲଭାବରେ ସମୀକ୍ଷା କରାଯାଉଛି। ଏହି ପ୍ରକ୍ରିୟାର ସଂପୂର୍ଣ୍ଣ ପରିଚାଳନା ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) କରୁଛି’’।

ଲୋକସଭାରେ ଆମ୍ ଆଦମି ପାର୍ଟି ସାଂସଦ ଗୁରମିତ ସିଂହ, ଭାରତର ଅଲିମ୍ପିକ୍ସ ଆୟୋଜନ ସମ୍ଭାବନା ଓ ଏହାର ସ୍ଥିତିକୁ ନେଇ ପଚାରିଥିବା ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ଏହା କହିଛନ୍ତି। ତେବେ ଗୋଟିଏ ସହର ପରିବର୍ତ୍ତେ ଭୁବନେଶ୍ବରରେ ହକି, ଭୋପାଳରେ ନୌଚାଳନା, ପୁଣେରେ କାୟାକିଂ ଓ କାନୋଇଂ ଏବଂ ମୁମ୍ବାଇରେ କ୍ରିକେଟ୍ ଆୟୋଜନ ଭଳି ଏକାଧିକ ଭେନ୍ୟୁରେ ଅଲିମ୍ପିକ୍ସ କରିବାକୁ ଯୋଜନା କରାଯାଉଛି କି? ବୋଲି ଶ୍ରୀ ସିଂହ ପଚାରିଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନର କୌଣସି ସିଧାସଳଖ ଉତ୍ତର ଶ୍ରୀ ମାଣ୍ଡବ୍ୟ ଦେଇନାହାନ୍ତି। ବରଂ କହିଛନ୍ତି ଯେ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ବିଡ୍ ଦାଖଲ କରିବାର ସଂପୂର୍ଣ୍ଣ ଦାୟିତ୍ବ ହେଉଛି ଭାରତୀୟ ଅଲିମ୍ପିକ୍ସ ସଂଘର। ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁସରଣ କରି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆୟୋଜନ ଅଧିକାର ପ୍ରଦାନ କରିଥାଏ। ଭାରତୀୟ ଅଲିମ୍ପିକ୍ସ ସଂଘ ଏହି ଦିଗରେ କାର୍ଯ୍ୟକରୁଛି। 

୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଆନୁ‌ଷ୍ଠାନିକ ଭାବେ ଭାରତ କୌଣସି ସହରର ନାଁ ଘୋଷଣା କରି ନଥିଲେ ମଧ୍ୟ ଗୁଜରାଟର ଅହମଦାବାଦ ଏହି କ୍ଷେତ୍ରରେ ସର୍ବାଗ୍ରେ ରହିଛି।  ଗୁଜରାଟ ସରକାର ମଧ୍ୟ ଏଥିଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସେଥିଲାଗି ଗତମାସରେ ବିଡ୍ ଦାଖଲ କରିବା ଲାଗି ସ୍ବିଜରଲାଣ୍ଡର ଲୁସାନେଠାରେ ଥିବା ଆଇଓସିର ମୁଖ୍ୟାଳୟକୁ ଯାଇଥିବା ଭାରତୀୟ ପ୍ରତିନିଧି ମଣ୍ଡଳରେ ଗୁଜରାଟର କ୍ରୀଡ଼ାମନ୍ତ୍ରୀ ହର୍ଷ ସାଂଘଭୀ ସାମିଲ ଥିଲେ। ସୂଚନା ଅନୁସାରେ ଭାରତ ୨୦୩୬ ଅଲିମ୍ପିକ୍ସ ଲାଗି ବିଡ୍ ଦାଖଲ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାବର୍ଷ ନିଆଯିବ ବୋଲି ଜଣାପଡ଼ିଛି। କାତାର ଓ ତୁର୍କି ଭଳି ଦେଶ ମଧ୍ୟ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଇଚ୍ଛୁକ ଥିବାରୁ ଭାରତ ସେମାନଙ୍କଠାରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇପାରେ। ସେହିଭଳି ଡୋପିଂ ନିୟନ୍ତ୍ରଣରେ ଭାରତର ଦୁର୍ବଳ ରେକର୍ଡ ଏହି କ୍ଷେତ୍ରରେ ଆଉ ଏକ ସମସ୍ୟା ଭାବେ ଉଭା‌ ହୋଇପାରେ। ଅବଶ୍ୟ ଆଇଓସିର ଭର୍ତ୍ସନା ପରେ ଡୋପିଂ ନିୟନ୍ତ୍ରଣ ଲାଗି ଆଇଓଏ ଏକ କମିଟି ଗଠନ କରିସାରିଛି। କ୍ରୀଡ଼ାମନ୍ତ୍ରୀଙ୍କ ଉତ୍ତର ପରେ ବିଡ୍ ଦାଖଲ ପ୍ରକ୍ରିୟାକୁ ମଧ୍ୟ ବଳ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe