ଭାରତରେ କ୍ରିକେଟ୍‌ ମ୍ୟାଚ୍‌କୁ ମାଗଣାରେ ଦେଖାଇବ ‌ହଟ୍‌ଷ୍ଟାର୍‌

Advertisment
ଭାରତରେ କ୍ରିକେଟ୍‌ ମ୍ୟାଚ୍‌କୁ ମାଗଣାରେ ଦେଖାଇବ ‌ହଟ୍‌ଷ୍ଟାର୍‌

ନୂଆଦିଲ୍ଲୀ: ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍‌ ଲାଇଭ୍‌ ଷ୍ଟ୍ରମିଂ ଯୋଗାଇଦେବ ୱାଲ୍ଟ ଡିଜନିର ସହଯୋଗୀ କମ୍ପାନି ହଟ୍‌ଷ୍ଟାର୍‌। ଆଇପିଏଲ୍‌ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏବେ ‌ହଟଷ୍ଟାର୍‌ କହୁଛି ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍‌କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍‌ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜିଓ ସ‌ିନେମା ନିକଟରୁ ହଟଷ୍ଟାର୍‌ ହାରିଯାଇଥିଲା। ହଟଷ୍ଟାର୍ ନିକଟରେ ପ୍ରାୟ ୫ ମିଲିଅନ୍‌ ବ୍ୟବହାରକାରୀ ରହିଛନ୍ତି। ଆଇପିଏଲ୍ ସମୟରେ ପ୍ରଥମ ସପ୍ତା‌ହରେ ଜିଓସିନେମା ୧.୪୭ ବିଲିୟନ୍‌ ସଂଖ୍ୟା ଅତିକ୍ରମ କରିଥିଲା। ଜିଓ ଏବେ ଏହାର ଗ୍ରାହାକଙ୍କଠାରୁ ଦେୟ ନେବାକୁ ଯାଉଥିବାରୁ ହଟଷ୍ଟାର୍ ମାଗଣାରେ ଯୋଗାଇଲେ ବ୍ୟବହାରକାରୀଙ୍କୁ ଆକର୍ଷିତ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe