ହାଇଦ୍ରାବାଦ ଏଫ୍‌ସି ଆଇଏସ୍‌ଏଲ୍‌ ବିଜେତା, ପେନାଲ୍‌ଟିରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

ହାଇଦ୍ରାବାଦ ଏଫ୍‌ସି ଆଇଏସ୍‌ଏଲ୍‌ ବିଜେତା, ପେନାଲ୍‌ଟିରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

India Today

ଗୋଆ: ହାଇଦ୍ରାବାଦ ଏଫ୍‌ସି ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ନୂଆ ବିଜେତା ହୋଇଛି। ରବିବାର ଚଳିତ ବର୍ଷ ଫାଇନାଲ୍‌ରେ ହାଇଦ୍ରାବାଦ ‌୩-୧ (୧୨୦ ମିନିଟ୍‌ରେ ୧-୧) ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ କେରଳ ବ୍ଲା‌ଷ୍ଟର୍ସ ଏଫ୍‌ସିକୁ ପରାସ୍ତ କରିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ତେବେ ୬୮ତମ ମିନିଟ୍‌‌ରେ ଜିକ୍‌ସନ ସିଂହଙ୍କ ପାସ୍‌କୁ ଗୋଲ୍‌ରେ ପରିଣତ କରି ରାହୁଲ କେପି କେରଳ ବ୍ଲା‌ଷ୍ଟର୍ସକୁ ଅଗ୍ରଣୀ ଦେଇଥିଲେ। ବିଜୟ ଆଡ଼କୁ କେରଳ ଅଗ୍ରସର ହେଉଥିଲା ବେଳେ ୮୮ତମ ମିନିଟ୍‌ରେ ହାଇଦ୍ରାବାଦର ହାଲିଚରଣ ନାର୍ଜାରିଙ୍କ ଏକ ସୁନ୍ଦର ପାସ୍‌କୁ ସାହିଲ ତାଭୋରା ଗୋଲ୍‌ରେ ପରିଣତ କରି ଦେଇଥିଲେ। ଫଳରେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୧-୧ରେ ଶେଷ ହୋଇଥିଲା। ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହଯୋଗ ନିଆଯାଇଥିଲା। ଏଥିରେ ହାଇଦ୍ରାବାଦ ପକ୍ଷରୁ ଜୋଆଓ ଏମ୍‌ଜେଟି, କେ କାମରା ଓ ହାଲିଚରଣ ଗୋଲ୍‌ ଦେବାରେ ସଫଳ ହୋଇଥିଲେ। କେରଳ ପକ୍ଷରୁ କେବଳ ଆୟୁଷ ଅଧିକାରୀ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe