ହାଇଦ୍ରାବାଦ୍‌ ଟେଷ୍ଟ୍‌: ସ୍ପିନରଙ୍କ ଦମ୍‌ରେ ଯଶସ୍ବୀ ଭାରତ

ହାଇଦ୍ରାବାଦ୍‌ ଟେଷ୍ଟ୍‌: ସ୍ପିନରଙ୍କ ଦମ୍‌ରେ ଯଶସ୍ବୀ ଭାରତ

Times of India

ହାଇଦ୍ରାବାଦ: ଭାରତୀୟ ସ୍ପିନରଙ୍କ ଚମତ୍କାର ପରେ ଯଶସ୍ବୀ ଜୟସ୍ବାଲ୍‌ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଆଧିପତ୍ୟ ବିସ୍ତାର କରିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ, ବେନ୍‌ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକୀୟ (୭୦ ରନ୍‌, ୮୮ ବଲ୍‌) ପାଳି ସହାୟତାରେ ୨୪୬ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ଅଧିନାୟକ ରୋହିତ ଶର୍ମା (୨୪)ଙ୍କ ୱିକେଟ୍‌ ହରାଇ ୧୧୯ ରନ୍‌ ସଂଗ୍ରହ କରିଛି। ଜୟସ୍ବାଲ୍‌ ଟେଷ୍ଟ୍‌ ମ୍ୟାଚ୍‌କୁ ଏକଦିବସୀୟ ଭାବେ ଖେଳୁଥିଲା ବେଳେ ଇଂଲଣ୍ଡ ବୋଲରଙ୍କୁ ଖୁବ୍‌ ଧୂଲେଇ କରିଛନ୍ତି। ୭୦ ବଲ୍‌ରୁ ୯ ଚୌକା ଓ ୩ ଛକା ସହାୟତାରେ ସେ ଏବେ ୭୬* ରନ୍‌ ଓ ଶୁବମନ୍‌ ଗିଲ୍‌ ୧୪* ରନ୍‌ରେ ଅପରାଜିତ ଅଛନ୍ତି। ଜାକ୍‌ ଲିଚ୍‌ଙ୍କୁ ରୋହିତ ବଡ଼ ସଟ୍‌ ମାରିବାକୁ ଯାଉଥିଲେ ମଧ୍ୟ ମିଡ୍‌ଅନ୍‌ରେ ଷ୍ଟୋକ୍ସଙ୍କ ହାତରେ ଧରାପଡ଼ିଥିଲେ। ଏଥିପୂର୍ବରୁ ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ସହିତ ଅକ୍ଷର ପଟେଲ୍‌ଙ୍କୁ ତୃତୀୟ ସ୍ପିନର ଭାବେ ମ୍ୟାଚ୍‌ରେ ଖେଳାଯାଇଥିଲା। ଏହି ତିନି ସ୍ପିନର ହିଁ ଇଂଲଣ୍ଡ ବ୍ୟାଟିଂକ୍ରମକୁ ଭାଙ୍ଗି ଦେଇଥିଲେ। ଆର୍‌-ଆର୍‌ ଯୋଡ଼ି ୩ ଲେଖାଏଁ ୱିକେଟ୍‌ ନେଇଥିଲା ବେଳେ ଅକ୍ଷର ୨ ୱିକେଟ୍‌ ‌ପାଇଥିଲେ। ଯଶପ୍ରୀତ୍‌ ବୁମ୍‌ରା ଅନ୍ୟ ୨ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି ୬୪.୩ ଓଭରରେ ୨୪୬/୧୦ (ବେନ୍‌ ଷ୍ଟୋକ୍ସ-୭୦, ଜନି ବେୟାରଷ୍ଟୋ-୩୭, ବେନ୍‌ ଡକେଟ୍‌-୩୫, ରବୀନ୍ଦ୍ର ଜାଡ଼େଜା-୩/୮୮, ରବିଚନ୍ଦ୍ରନ ଅଶ୍ବିନ-୩/୬୮, ଅକ୍ଷର ପଟେଲ୍‌-୨/୩୩)। ଭାରତ ପ୍ରଥମ ପାଳି ୨୩ ଓଭରରେ ୧୧୯/୧ (ଯଶସ୍ବୀ ଜୟସ୍ବାଲ୍‌-୭୬*, ରୋହିତ ଶର୍ମା-୨୪, ଶୁବମନ ଗିଲ୍‌-୧୪*, ଜ୍ୟାକ୍‌ ଲିଚ୍‌-୧/୨୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe