ମୁଁ ମଧ୍ୟ ଅନ୍ୟ ସମସ୍ତଙ୍କ ଭଳି, ମାତ୍ର ଅନ୍ୟମାନଙ୍କ ଅପେକ୍ଷା ମୁଁ ମୋ ଭାବପ୍ରବଣତାକୁ ଅଧିକ ଆୟତ୍ତ କରିପାରେ : ଧୋନି

ଛୋଟ ସହରର ବଡ଼ ତାରକା, ମହେନ୍ଦ୍ର ସିଂହ ଧୋନି

The Hindu

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର କହିଛନ୍ତି ‘ମୁଁ ସମସ୍ତଙ୍କ ପରି ମାତ୍ର ମୁଁ ଅନ୍ୟମାନଙ୍କ ଅପେକ୍ଷା ମୋ ଭାବପ୍ରବଣତାକୁ ବେଶି ଆୟତ୍ତ କରିପାରେ।’

ଭାରତୀୟ କ୍ରିକେଟ୍‌ ଟିମ୍‌ର ‘କ୍ୟାପ୍‌ଟେନ୍‌ କୁଲ୍‌’ଙ୍କ ମତରେ ସମସ୍ୟାକୁ ଦେଖି ଚିତ୍କାର କରିବା ଆପେକ୍ଷା ସମସ୍ୟାର ସମାଧାନ ଖୋଜିବା ତାଙ୍କର ପସନ୍ଦ। ସେ ଆହୁରି ବି କହିଛନ୍ତି ଯେ ଫଳାଫଳ ଅପେକ୍ଷା ଫଳାଫଳ ପାଇବା ପାଇଁ କରାଯାଉଥିବା ଯାତ୍ରା ତାଙ୍କୁ ବିଶେଷ ଖୁସି ପ୍ରଦାନ କରିଥାଏ।

publive-image New Indian Express

ଆପଣଙ୍କୁ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜୁଲାଇ ମାସରେ ବିଶ୍ୱକପ ସେମିଫାଇନଲ୍‌ରୁ ଭାରତ ବାଦ୍‌ ପଡ଼ିବା ପରେ ଧୋନିଙ୍କ ଭବିଷ୍ୟତ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାକୁ ନେଇ ଧୋନି କୁହନ୍ତି, ସମସ୍ତଙ୍କ ପରି ମୁଁ ମଧ୍ୟ ନିରାଶ ଅନୁଭବ କରେ। ମୋତେ ମଧ୍ୟ ରାଗ ଲାଗେ। ମାତ୍ର ଏ ସବୁ ଭାବନାର କୌଣସି ମାନେ ନାହିଁ। ଭାବପ୍ରବଣତାଠାରୁ ଆବଶ୍ୟକତାକୁ ସେ ବେଶି ଗୁରୁତ୍ୱ ଦିଅନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe