ଭାରତ ପାଇଁ ୫୦୦ ମ୍ୟାଚ୍ ଖେଳିଛି; କୋହଲି ହୁଅନ୍ତୁ କି ଶ୍ରେୟସ୍, କାହା ସହ ବି କଥା ହୋଇ ପାରିବି: ଗାଙ୍ଗୁଲି

Advertisment

ମାର୍ଗଦର୍ଶକ ମନ୍ତବ୍ୟ ବିବାଦ

ମାର୍ଗଦର୍ଶକ ମନ୍ତବ୍ୟ ବିବାଦ

ଏବେ ଗାଙ୍ଗୁଲିଙ୍କ ହୃତ୍‌ପିଣ୍ଡ ୨୦ ବର୍ଷୀୟ ଯୁବକଙ୍କ ଭଳି ଶକ୍ତିଶାଳୀ: ଡାକ୍ତର

NDTV Sports

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ୍ ଆୟର ଚଳିତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବାର ଶ୍ରେୟ ନିଜ ଦଳର ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ସହ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ମାର୍ଗଦର୍ଶନକୁ ଦେଇଥିଲେ। ଏହା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସୌରଭଙ୍କ ଭୂମିକା ନେଇ ନାନା ପ୍ରଶ୍ନ ଉଠିଥିଲା। ଏପରିକି କିଛି ଲୋକ ତାଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆଣିବାକୁ ପଛାଇ ନଥିଲେ। ଏହି ବିବାଦ ଉପରେ ମଙ୍ଗଳବାର ଗାଙ୍ଗୁଲି ନିଜେ ମୁହଁ ଖୋଲିଛନ୍ତି। ନିନ୍ଦୁକଙ୍କୁ ସିଧା ଜବାବ ଦେଇ ସେ କହିଛନ୍ତି ଯେ ଗତବର୍ଷ ମୁଁ ତାଙ୍କୁ (ଶ୍ରେୟସ) ସହାୟତା କରିଥିଲି। ମୁଁ ବୋର୍ଡ (ବିସିସିଆଇ) ସଭାପତି ହୋଇପାରେ। ହେଲେ ଭୁଲନ୍ତୁ ନାହିଁ କି ଭାରତ ପାଇଁ ମୁଁ ପାଖାପାଖି ୫୦୦ ମ୍ୟାଚ୍ (ପ୍ରକୃତରେ ୪୨୪) ଖେଳିଛି। ଏଣୁ ମୁଁ ଜଣେ ଯୁବ ଖେଳାଳିଙ୍କ ସହ କଥା ହୋଇ ପାରିବି ଏବଂ ତାଙ୍କୁ ସହାୟତା ବି ଦେଇ ପାରିବି। ବିରାଟ କୋହଲି ହୁଅନ୍ତୁ କି ଶ୍ରେୟସ୍ ଆୟର, ସେମାନେ ଯଦି ମୋ ସହଯୋଗ ଓ ସମର୍ଥନ ଲୋଡ଼ନ୍ତି, ତାହାଲେ ମୁଁ ନିଶ୍ଚିତ ‌ସେମାନଙ୍କ ମାର୍ଗଦର୍ଶନ କରିବି। ସୂଚନାଯୋଗ୍ୟ ଯେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ର ଟସ୍ ବେଳେ ଶ୍ରେୟସ୍ କହିଥିଲେ ଯେ ଜଣେ ଯୁବ ଅଧିନାୟକ ହୋଇଥିବାରୁ ମୁଁ ପଣ୍ଟିଂ ଏବଂ ଦାଦା (ଗାଙ୍ଗୁଲି)ଙ୍କୁ ଧନ୍ୟବାଦ ଦେବି। ଗତ ଋତୁରେ ମୋ କ୍ରିକେଟ୍ ଯାତ୍ରାର ସହଯାତ୍ରୀ ହୋଇଥିବାରୁ ମୁଁ ସେମାନଙ୍କ ନିକଟରେ ଋଣୀ। ଅଧିନାୟକ ଭାବେ ମୋ ବ୍ୟକ୍ତିଗତ ବିକାଶରେ ସେମାନେ ତୁଲାଇଥିବା ଭୂମିକାକୁ ମୁଁ କେବେ ଭୁଲି ପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe