ଆଡିଲେଡ୍‌ ରନ୍‌ ଆଉଟ୍‌ ପାଇଁ କୋହଲିଙ୍କୁ କ୍ଷମା ମାଗିଥିଲି: ରାହାଣେ

Advertisment
ଆଡିଲେଡ୍‌ ରନ୍‌ ଆଉଟ୍‌ ପାଇଁ କୋହଲିଙ୍କୁ କ୍ଷମା ମାଗିଥିଲି: ରାହାଣେ

ମେଲ୍‌ବର୍ନ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଡିଲେଡ୍‌ ଟେଷ୍ଟ୍‌ରେ ରନ୍‌ ଆଉଟ୍‌ ହୋଇଯାଇଥିଲେ। ଅଜିଙ୍କ୍ୟ ରାହାଣେ ତାଙ୍କୁ କଲ୍‌ କରି ପୁଣି ଫେରିଯିବାକୁ କହିଥିଲେ। ହେଲେ ସେତେ ବେଳକୁ ବିଳମ୍ବ ହୋଇଯାଇଥିଲା। ଫଳରେ କୋହଲି ରନ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ସେହି ପାଳିରେ କୋହଲି ୭୪ ରନ୍‌ କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ସେ ମଧ୍ୟ କ୍ରିଜ୍‌ରେ ପୂରା ଜମି ଯାଇଥିଲେ। ସେ ରନ୍‌ ଆଉଟ୍‌ ହୋଇନଥିଲେ ହୁଏତ ଭାରତର ଭାଗ୍ୟରେ ପରିବର୍ତନ ଘଟିଥା’ନ୍ତା। ତେବେ ତାଙ୍କର ଏହି ରନ୍‌ ଆଉଟ୍‌ରେ ଭାଗୀଦାରି ଥିବା ରାହାଣେ ସେହି ଘଟଣା ପରେ କୋହଲିଙ୍କୁ କ୍ଷମା ମାଗିନେଇଥିଲେ ବୋଲି ମେଲ୍‌ବର୍ନ ଟେଷ୍ଟର ଅବ୍ୟବହିତ ପୂର୍ବରୁ ଶୁକ୍ରବାର କହିଛନ୍ତି।

ସେହି ଦିନର ଖେଳ ଶେଷ ପରେ ମୁଁ କୋହଲିଙ୍କ ପାଖକୁ ଯାଇଥିଲି ଏବଂ ଦୁଃଖର ସହ କ୍ଷମା ମାଗିଥିଲି। ହେଲେ ସେ ସେଭଳି କୌଣସି ଭାବନା ରଖିନଥିଲେ। ଠିକ୍‌ ଅଛି ବୋଲି କହିଥିବା ରାହାଣେ କହିଛନ୍ତି। ଆମେ ଉଭୟେ ପରିସ୍ଥିତିକୁ ଭଲ ଭାବେ ବୁଝିଥିଲୁ। ସେହି ଅନୁଯାୟୀ ଖେଳୁଥିଲୁ। ହେଲେ ସେଭଳି ଘଟଣା କ୍ରିକେଟ୍‌ରେ ଘଟେ। ତଥାପି ନିଜ ଭୁଲ୍‌ ପାଇଁ ମୁଁ ଅନୁତାପ କରିଥିଲି ଏବଂ କୋହଲିଙ୍କୁ ସମ୍ମାନ ଜଣାଇ କ୍ଷମା ମାଗିଥିଲି ବୋଲି କହିଛନ୍ତି ରାହାଣେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe