ୱର୍ନଙ୍କୁ ଦେଖି ୧୦ ମିନିଟ୍ ପର୍ଯ୍ୟନ୍ତ ମୋ ପାଟିରୁ କଥା ବାହାରିନଥିଲା: କୁଲ୍‌ଦୀପ

Advertisment
ୱର୍ନଙ୍କୁ ଦେଖି ୧୦ ମିନିଟ୍ ପର୍ଯ୍ୟନ୍ତ ମୋ ପାଟିରୁ କଥା ବାହାରିନଥିଲା: କୁଲ୍‌ଦୀପ

Hindustan Times

ମୁମ୍ବାଇ: ଭାରତୀୟ ଦଳ ପକ୍ଷରୁ ଖେଳିବା ପୂର୍ବରୁ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ସିଂହ ନିଜ ୧୯ ବର୍ଷରୁ କମ୍ ବିଶ୍ବକପ୍ ପ୍ରଦର୍ଶନ ବଳରେ ବହୁ କିମ୍ବଦନ୍ତୀ ସ୍ପିନରଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ। ସେଥିମଧ୍ୟରେ ଅଷ୍ଟ୍ରେଲୀୟ କିମ୍ବଦନ୍ତି ସେନ୍ ୱର୍ନ ମଧ୍ୟ ଥିଲେ। କୁଲଦୀପ ଯେତେବେଳେ ୨୦୧୭ ମସିହାରେ (ପୁନେରେ ଅଷ୍ଟ୍ରେଲିଆ ବିପକ୍ଷରେ) ଟେଷ୍ଟ୍ ପଦାର୍ପଣ କରିଥିଲେ, ସେତେବେଳେ ଭାରତୀୟ କିଂବଦନ୍ତି ଅନିଲ କୁମ୍ବଲେ ତାଙ୍କୁ ୱର୍ନଙ୍କ ସହ ପରିଚିତ କରାଇ ଦେଇଥିଲେ। ୱର୍ନଙ୍କ ସହ ସେହି ପ୍ରଥମ ଭେଟକୁ ମନେ ପକାଇଛନ୍ତି କୁଲ୍‌ଦୀପ। ପ୍ରଥମ ଥର ପାଇଁ ୱର୍ନଙ୍କୁ ପାଖରୁ ଦେଖିଲା ବେଳେ ତାଙ୍କ ପାଟିରୁ କିଭଳି ଭାବେ ୧୦ ମିନିଟ୍ ପର୍ଯ୍ୟନ୍ତ କଥା ବାହାରିନଥିଲା, ସେ କଥା କହିଛନ୍ତି।

‘‘ ୱର୍ନଙ୍କୁ ମୁଁ ପୁନେ ଟେଷ୍ଟ୍ ମ୍ୟାଚ୍ ଅପସରରେ ପ୍ରଥମ ଥର ପାଇଁ ଭେଟିଥିଲି। ସେତେବେଳେ ଅନିଲ କୁମ୍ବଲେ ଆମ ପ୍ରଶିକ୍ଷକ ଥିଲେ। ମୁଁ ତାଙ୍କୁ ଆଗରୁ କହିଥିଲି ଯେ ମୁଁ ୱର୍ନଙ୍କୁ ଦେଖା କରିବାକୁ ଚାହେଁ। ଯେତେବେଳେ ସେହି ସମୟ ଆସିଲା ମୁଁ ୧୦ ମିନିଟ୍ ପର୍ଯ୍ୟନ୍ତ କିଛି କହି ପାରିନଥିଲି। ୱର୍ନ ସେତେବେଳେ ଅନିଲ ଭାଇଙ୍କ ସହ କଥା ହେଉଥିଲେ। ମୁଁ କେବଳ ଯାହା ତାଙ୍କୁ ଶୁଣୁଥିଲି। ଶେଷରେ ମୁଁ ସାହସ କରି କଥାବାର୍ତ୍ତା ଆରମ୍ଭ କରିଥିଲି। ଆମେ ଢେର ସମୟ କଥା ହୋଇଥିଲୁ। ତାଙ୍କୁ ମୁଁ ମୋ ଭବିଷ୍ୟତ ଯୋଜନା, ବୋଲିଂ କଲା ବେଳେ ମନର ଭାବନା, ୱିକେଟର ବିଭିନ୍ନ ପଟରୁ ବୋଲିଂ କରିବାର ଆଗ୍ରହ ବିଷୟରେ କହିଥିଲି। ସେ କହିଥିଲେ, ତୁମେ କହୁତ କିଛି ଭାବୁଛ’’। କୁଲଦୀପ ମଧ୍ୟ ଏକ ଚାଟ୍ ସୋ’ ଅବସରରେ ୱର୍ନଙ୍କ ମାନସିକ ଦକ୍ଷତାକୁ ପ୍ରଶଂସା କରିଥିଲେ। ‘‘ମାନସିକ ସ୍ତରରେ ୱର୍ନ ବହୁତ ସୁଦୃଢ଼, ମୁଁ ଭାବେ ନିଜ ବୋଲିଂ ଅପେକ୍ଷା ବ୍ୟାଟ୍ସମ୍ୟାନଙ୍କ ମନକୁ ପଢ଼ିବାକୁ ସେ ଅଧିକ ସମୟ ଦିଅନ୍ତି। ତାଙ୍କ ଯୋଜନା ବହୁତ ସଫଳ ହୋଇଥାଏ। ମୁଁ ତାଙ୍କ ସହ ବହୁ ଥର ଭେଟ କରିଛି। ସେ ସବୁବେଳେ ଜଣେ ପ୍ରଶିକ୍ଷକ ଭାବେ ମୋର ମାର୍ଗଦର୍ଶନ କରନ୍ତି। ସମୟକ୍ରମେ ୱର୍ନ ମୋର ବନ୍ଧୁ ପାଲଟି ଯାଇଥିଲେ। ଅଷ୍ଟ୍ରେଲିଆ ଗସ୍ତ ବେଳେ ମୁଁ ତାଙ୍କ ସହ ବହୁତ ସମୟ କଟାଏ। ପରାମର୍ଶ ନେଇଥାଏ। ସେହିଭଳି ଫୋନ୍ ଓ ମେସେଜ୍‌ରେ ମଧ୍ୟ ତାଙ୍କ ସହ ନିୟମିତ କଥା ହୋଇଥାଏ’’ ବୋଲି କୁଲଦୀପ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe