ମୁଁ ଟେଷ୍ଟ ମ୍ୟାଚରୁ ଅବସର ନେଇ ନାହିଁ: ‌ରୋହିତ ଶର୍ମା

Advertisment

ରୋହିତ ଶର୍ମା ଭାରତ ବନାମ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ଖେଳୁ ନାହାଁନ୍ତି। ତାଙ୍କୁ ଟିମରୁ ବାଦ ଦିଆଯିବା ପରେ ସେ ଟେଷ୍ଟ ମ୍ୟାଚରୁ ଅବସର ନେବେ ବୋଲି ଚର୍ଚ୍ଚା ହୋଇଥିଲା। ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରୋହିତ।

ରୋହିତ ଶର୍ମା ଭାରତ ବନାମ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ଖେଳୁ ନାହାଁନ୍ତି। ତାଙ୍କୁ ଟିମରୁ ବାଦ ଦିଆଯିବା ପରେ ସେ ଟେଷ୍ଟ ମ୍ୟାଚରୁ ଅବସର ନେବେ ବୋଲି ଚର୍ଚ୍ଚା ହୋଇଥିଲା। ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରୋହିତ।

trohitsa

ନୂଆଦିଲ୍ଲୀ: ସିଡନୀ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ସ୍ଥିର ହୋଇଥିଲା ଯେ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ଖେଳିବେ ନାହିଁ। ଜାନୁଆରି ୩ରେ ସିଡନୀ ଟେଷ୍ଟ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଯାଇ କ୍ରିକେଟର ଜସପ୍ରୀତ୍ ବୁମରାଙ୍କୁ ଦଳର ଅଧିନାୟକ କରାଯାଇଥିଲା। ଏହି ଘୋଷଣା ପରେ ଆଗକୁ ରୋହିତ ‌ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ଏହା ତାଙ୍କର ଶେଷ ମ୍ୟାଚ୍ ଥିଲା ବୋଲି ‌ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏମିତି କି ରୋହିତ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଏବେ ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ‌ରୋହିତ।  

ଭାରତ ବନାମ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ରୋହିତ ଶର୍ମା ତାଙ୍କ ଅବସରକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ କହିଥିଲେ ଯେ, "ମୁଁ ଅବସର ନେଉ ନାହିଁ। ଏବେ ମୁଁ କ୍ରିକେଟ୍ ଖେଳରୁ ଦୂରେଇ ଯାଉନାହିଁ। ମୋର ପ୍ରଦର୍ଶନ ଭଲ ନଥିବାରୁ ମୁଁ ଏବେ ମ୍ୟାଚରୁ ବାଦ୍ ପଡ଼ିଛି। ୫ମାସ ପରେ ବି ମୋ ପ୍ରଦର୍ଶନ ଖରାପ ଥିବ ବୋଲି କିଛି ମାନେ ନାହିଁ। କ୍ରିକେଟରେ ଆମେ ବହୁତ ଜିନିଷ ଦେଖିଛୁ। ପ୍ରତି ସେକେଣ୍ଡରେ ସବୁ ବଦଳିଯାଏ। ମୋର ବିଶ୍ବାସ ଅଛି ଯେ, ମୁଁ ଆଗକୁ ଭଲ ଖେଳିବି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe