ଆଇସିଏ ନିର୍ବାଚନ: ଆଇପିଏଲ୍‌ ପରିଚାଳନା ପରିଷଦରେ ପ୍ରଜ୍ଞାନ

Advertisment
ଆଇସିଏ ନିର୍ବାଚନ: ଆଇପିଏଲ୍‌ ପରିଚାଳନା ପରିଷଦରେ ପ୍ରଜ୍ଞାନ

HT

ମୁମ୍ବାଇ: ଭାରତୀୟ କ୍ରିକେଟର୍‌ଙ୍କ ସଂଘ (ଆଇସିଏ)ର ନିର୍ବାଚନ ଶନିବାର ଶେଷ ହୋଇଛି। ଏଥିରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ଏବଂ ୧୯୮୩ ଦିନିକିଆ ବିଶ୍ବ ବିଜେତା ଦଳର ସଦସ୍ୟ ଦିଲିପ ଭେଙ୍ଗ୍‌ସର୍‌କାର ଗୁରୁତ୍ବପୂର୍ଣ୍ଣ ପଦ ମଣ୍ଡନ କରିଛନ୍ତି। ଏହି ଦୁଇ ଜଣ ଯଥାକ୍ରମେ ଆଇପିଏଲ୍‌ ପରିଚାଳନା ପରିଷଦ ଏବଂ ବିସିସିଆଇ ଆପେକ୍ସ କାଉନସିଲକୁ ଆଇସିଏ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ସଂଘର ତିନିଦିନିଆ ଇ-ଭୋଟିଂ ଶନିବାର ଶେଷ ହୋଇଥିଲା ବେଳେ ସଂଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା।

publive-image

ଏଥି‌ରେ ପୂର୍ବତନ ଭାରତୀୟ ସ୍ପିନର ତଥା ଆଇପିଏଲ୍‌ ପରିଚାଳନା ପରିଷଦରେ ଏବର ସଦସ୍ୟ ଥିବା ପ୍ରଜ୍ଞାନ ପୂର୍ବତନ ହାଇଦ୍ରାବାଦ ବ୍ୟାଟର୍‌ ବିଜୟ ମୋହନ ରାଜ୍‌ଙ୍କୁ ୧୬୨ (୩୯୬-୨୩୪) ଭୋଟ ବ୍ୟବଧାନରେ ପରାସ୍ତ କରିଥିଲା ବେଳେ ଭେଙ୍ଗ୍‌ସର୍‌କାର‌ ବିଦାୟୀ ଆଇସିଏ ସଭାପତି ଅଶୋକ ମାଲହୋତ୍ରାଙ୍କୁ ୧୭୨ (୪୦୨-୨୩୦) ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ପୂର୍ବତନ କ୍ରିକେଟର୍‌ଙ୍କ ସଂଘ ଆଇସିଏରେ ମୋଟ ୧୬୦୨ ସଦସ୍ୟ ରହିଛନ୍ତି। ନିର୍ବାଚନ ଜିତିବା ପରେ ନୂଆ କାର୍ଯ୍ୟକାଳରେ ବହୁତ ସକାରାତ୍ମକ ପଦକ୍ଷେପ ନେବା ସହିତ ମୋ ଉପରେ ରଖିଥିବା ବିଶ୍ବାସକୁ ଅତୁଟ ରଖି ପୂର୍ବତନ ଖେଳାଳିଙ୍କୁ ଯଥୋଚିତ ନ୍ୟାୟ ପ୍ରଦା‌ନ ଦିଗରେ ଆଗେଇବି ବୋଲି ପ୍ରଜ୍ଞାନ କହିଥିଲେ। ସମାନ ମନ୍ତବ୍ୟ ମଧ୍ୟ ଭେଙ୍ଗ୍‌ସର୍‌କାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe