ବ୍ରେଣ୍ଡନ୍‌ ଟେଲର୍‌ ସାଢ଼େ ୩ ବର୍ଷ ବାସନ୍ଦ

Advertisment
ବ୍ରେଣ୍ଡନ୍‌ ଟେଲର୍‌ ସାଢ଼େ ୩ ବର୍ଷ ବାସନ୍ଦ

Cricket Addictor

ଦୁବାଇ : ମ୍ୟାଚ୍‌ ଫିକ୍ସିଂ ପ୍ରସ୍ତାବକୁ ଜଣାଇନଥିବାରୁ ପୂର୍ବତନ ଜିମ୍ବାୱେ ଅଧିନାୟକ ବ୍ରେଣ୍ଡନ୍ ଟେଲରଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସାଢ଼େ ୩ ବର୍ଷ ବାସନ୍ଦ କରିଛି। ‌ଡୋପ୍ ଟେଷ୍ଟ୍‌ରେ ଧରାପଡ଼ି ଏକଦା ଗୋଟିଏ ବାସ ବାସନ୍ଦ ହୋଇଥିବା ଟେଲର୍‌ ୨୦୧୯ ମସିହାରେ ଜଣେ ଭାରତୀୟ ବ୍ୟବସାୟୀଙ୍କଠାରୁ ମ୍ୟାଚ୍‌ ଫିକ୍ସିଂ ପ୍ରସ୍ତାବ ପାଇଥିଲେ। ଏହାକୁ ସେ ଏଡ଼ାଇ ଯାଇଥିଲେ ମଧ୍ୟ ଆଇସିସି ଦୁର୍ନୀତି ନିବାରଣ ୟୁନିଟ୍‌କୁ ଜଣାଇନଥିବାରୁ ଆଚରଣ ସଂହିତା ଉଲ୍ଲଂଘନ କରିଥିଲେ। ଉଭୟ ଡୋପିଂ ଏବଂ ଫିକ୍ସିଂ ପ୍ରସ୍ତାବକୁ ଗୋପନ ରଖିଥିବାରୁ ଏବେ ଆଇସିସି ଟେଲରଙ୍କୁ ସାଢ଼େ ୩ ବର୍ଷ ପାଇଁ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବିତ କରିଛି।

ଗତ ୨୪ ତାରିଖରେ ଟେଲର୍‌ ଚାଞ୍ଚଲ୍ୟକର ଘୋଷଣା କରି ଅଜ୍ଞାତରେ କୋକେନ୍‌ ସେବନ କରିବା ପରେ ବ୍ଲାକ୍‌ମେଲ୍‌ ଧମକ ପାଇଥିବା ପ୍ରକାଶ କରିଥିଲେ। ୩୫ ବର୍ଷୀୟ ଟେଲର୍‌ ଜିମ୍ବାୱେ ପାଇଁ ୨୦୫ ଦିନିକିଆ, ୩୪ ଟେଷ୍ଟ୍‌, ୪୫ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଟେଲରଙ୍କ ବାସନ୍ଦ ଅବଧି ୨୦୨୫ ଜୁଲାଇ ୨୮ ତାରିଖରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe