ଚମ୍ପିଅନ୍ସ ଟ୍ରଫି ୨୦୨୫: କମାଣ୍ଡ ନେଲେ ରୋହିତ୍, ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ବ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଛନ୍ତି।

tsubhama

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିବ, ଯିଏ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏଥର ଚାମ୍ପିଅନ୍ସ ଟ୍ରଫି 'ହାଇବ୍ରିଡ୍ ମଡେଲ୍' ଅନୁଯାୟୀ ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଫେବ୍ରୁଆରି ୧୯ରେ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କରାଚୀରେ ଖେଳାଯିବ। ଏହା ସହ ଭାରତୀୟ ଦଳ ଫେବ୍ରୁଆରି ୨୦ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବେ।

ସବୁଠୁ ବଡ଼ କଥା ହେଲା ଶୁଭମନ ଗିଲଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଉପ-ଅଧିନାୟକ କରାଯାଇଛି। ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇନଥିବା ବେଳେ ଆହତ ଜସପ୍ରୀତ୍ ବୁମରାହଙ୍କୁ ଦଳରେ ସ୍ଥାନ ମିଳିଛି। ଯଶସ୍ୱୀ ଜୟସୱାଲ ପ୍ରଥମ ଥର ପାଇଁ ଦିନିକିଆ ଦଳର ଅଂଶ ହୋଇଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ୧୪ ମାସ ପରେ ଦିନିକିଆ ଦଳକୁ ଫେରିଛନ୍ତି। ସ୍ପିନର କୁଲଦୀପ ଯାଦବ ମଧ୍ୟ ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି।

ଟିମରେ ଅଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ଋଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସୱାଲ, ରବିନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe