ଆଇସିସି ଦିନିକିଆ ମାନ୍ୟତା: ମିତାଲିଙ୍କ ସହ ଯୁଗ୍ମ ଶୀର୍ଷରେ ଲିଜେଲ

ମିତାଲିଙ୍କ ଆନ୍ତର୍ଜାତିକ ଅବସର: ‘ କ୍ରିକେଟ୍‌ ସହ ସମ୍ପୃକ୍ତି ରହିବ’

The Indian Express

ଦୁବାଇ: ଭ‌ାରତୀୟ ଅଧିନାୟିକା ମିତାଲି ରାଜ ମଙ୍ଗଳବାର ଘୋଷିତ ଆଇସିସି ମହିଳା ଦିନିକିଆ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟର୍‌ ଲିଜେଲ ଲି’ଙ୍କ ସହ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ୯୧ ରନ୍‌ କରିବା ପରେ ଲିଜେଲ୍‌ଙ୍କ ମାନ୍ୟତାରେ ଏହି ଉନ୍ନତି ହୋଇଥିଲା। ଅନ୍ୟପକ୍ଷରେ ମିତାଲି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଏବେ ତାଙ୍କ ସହ ଲିଜେଲ୍‌ ଯୋଡ଼ି ହୋଇଛନ୍ତି। ଉଭୟଙ୍କ ପଏଣ୍ଟ ସଂପ୍ରତି ୭୬୨ ରହିଛି। ଅଷ୍ଟ୍ରେଲିଆର ଆଲିସା ହିଲି ତୃତୀୟ ଏବଂ ଭାରତୀୟ ଓପ୍‌ନର ସ୍ମୃତି ମନ୍ଧାନା ନବମରେ ରହିଛନ୍ତି।

ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଏବଂ ବରିଷ୍ଠ ସ୍ପିନର ପୂନମ ଯାଦବ ବୋଲିଂ ମାନ୍ୟତାରେ ଯଥାକ୍ରମେ ପଞ୍ଚମ ଓ ନବମରେ ରହିଥିଲା ବେଳେ ଦୀପ୍ତି ଶର୍ମା ଅଲ୍‌ରାଉଣ୍ଡର ମାନ୍ୟତାରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଟି-୨୦ ମାନ୍ୟତାରେ ଭାରତୀୟ କିଶୋରୀ ଶେଫାଳି ବର୍ମା ୭୫୯ ପଏଣ୍ଟ୍‌ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ବେଥ ମୁନି (୭୪୪) ଦ୍ବିତୀୟ ଏବଂ ଭାରତର ଟି-୨୦ ଉପଅଧିନାୟିକା ମନ୍ଧାନା (୭୧୬) ତୃତୀୟ ରହିଛନ୍ତି। ବୋଲିଂ ତାଲିକାରେ ଦୀପ୍ତି (ଷଷ୍ଠ) ଏବଂ ପୂନମ (ଅଷ୍ଟମ)ଙ୍କ କୌଣସି ପରିବର୍ତ୍ତନ ହୋଇନି। ଅଲ୍‌ରାଉଣ୍ଡରରେ ମଧ୍ୟ ଦୀପ୍ତି (ଚତୁର୍ଥ) ନିଜ ସ୍ଥାନ ବଜାୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe