ଆଇସିସି ନିର୍ବାଚନ: ପ୍ରଥମ ରାଉଣ୍ଡରେ ବାର୍କଲେ ୧୦, ଖୱାଜା ୬

Advertisment
ଆଇସିସି ଆକାଉଣ୍ଟରୁ ୨.୫ ମିଲିଅନ୍‌ ଡଲାର୍ ଗାଏବ

www.icc-cricket.com

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଏଥର ନିଆରା ଢଙ୍ଗରେ ନିର୍ବାଚନ ପରିଚାଳନା କରୁଛି। ଫିଫା ସମେତ ବିଶ୍ବର ବିଶ୍ବର ଅନ୍ୟାନ୍ୟ କ୍ରୀଡ଼ା ସଂଗଠନଗୁଡ଼ିକରେ ଏଭଳି ନିର୍ବାଚନ ଦେଖିବାକୁ ମିଳୁନଥିଲା ବେଳେ ଆଇସିସି ଏଥର ଏହାର ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ବିଶିଷ୍ଟ ମତଦାନକୁ ଆପଣେଇଛି। ମୋଟ ୧୬ ଭୋଟ (୧୨ ପୂର୍ଣ୍ଣକାଳୀନ ସଦସ୍ୟ, ଜଣେ ମହିଳା ସ୍ବାଧୀନ ସଦସ୍ୟ ଏବଂ ୨ ସହଯୋଗୀ ସଦସ୍ୟ ସମେତ ଆଇସିସିରେ ରହିଥିବାରୁ ଗୋଟିଏ ଖୱାଜାଙ୍କର)କୁ ନେଇ ଏହି ନିର୍ବାଚନ ପରିଚାଳିତ ହୋଇଥିଲା ବେଳେ ଦୁଇ ତୃତୀୟାଂଶ ଭୋଟ ଅକ୍ତିଆର କରିବାକୁ ନ୍ୟୁଜିଲାଣ୍ଡ୍‌ର ଗ୍ରେଗ୍‌ ବାର୍କଲେ ଏବଂ ସିଙ୍ଗାପୁରର ଇମ୍ରାନ୍‌ ଖୱାଜା ଉଦ୍ୟମ ଚଳାଇଛନ୍ତି। ଅଧ୍ୟକ୍ଷ ପଦ ପାଇଁ କେବଳ ଏହି ଦୁଇ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛନ୍ତି। ପୂରା ଭୋଟ୍‌ର ଦୁଇ ତୃତୀୟାଂଶ ତଥା ୧୧ ଭୋଟ ହାତେଇପାରିଲେ ବାର୍କଲେ ହିଁ ଅଧ୍ୟକ୍ଷ ଆସନ ଅଳଂକୃତ କରିବେ। ଇତି ମଧ୍ୟରେ ବୁଧବାର ପ୍ରଥମ ରାଉଣ୍ଡ ମତଦାନ ଶେଷ ହୋଇଛି।

ସେଥିରେ ବାର୍କଲେଙ୍କ ସପକ୍ଷରେ ୧୦ ଏବଂ ଖୱାଜାଙ୍କ ପକ୍ଷରେ ୬ ଭୋଟ୍‌ ପଡ଼ିଛି। ତେବେ ମୋଟ ୧୬ରୁ ୧୦ ଭୋଟ୍‌ ପାଇଥିବା ସତ୍ତ୍ବେ ବାର୍କଲେ ବିଜେତା ହୋଇପାରିନାହାନ୍ତି। କାରଣ ବାର୍କଲେଙ୍କୁ ଆଉ ଗୋଟିଏ ଭୋଟ ମିଳିଲେ ହିଁ ସେ ଖୱାଜାଙ୍କୁ ହଟାଇ ଅଧ୍ୟକ୍ଷ ପଦ ହାତେଇପାରିବେ। ଅନ୍ୟ ପକ୍ଷରେ ଆଇସିସିର ଉପାଧ୍ୟକ୍ଷ ଏବଂ ଏବେ କାମଚଳା ଅଧ୍ୟକ୍ଷ ଥିବାରୁ ଖୱାଜାଙ୍କୁ ଗାଦି ବଜାୟ ରଖିବା ପାଇଁ ମୋଟ ୧୬ରୁ ଏକ ତୃତୀୟାଂଶ ଭୋଟ୍‌ ଦରକାର। ଯାହାକି ସେ ୬ ଭୋଟ୍‌ ପାଇଥିବ‌ାରୁ ବିଜେତା ହେବା ସମ୍ଭାବନା ରଖିଛନ୍ତି। ଅବଶ୍ୟ ତାଙ୍କୁ ମଧ୍ୟ ପଦ ବଜାୟ ରଖିବାକୁ ହେଲେ ୭ ଭୋଟ୍‌ର ଆବଶ୍ୟକ ରହିଛି। ତେଣୁ ଉଭୟ ଖୱାଜା ଓ ବାର୍କଲେ ନିଜ ନିଜ ପକ୍ଷରେ ଆଉ ଗୋଟିଏ ଲେଖାଏଁ ଭୋଟ୍‌ ହାସଲ କରିପାରିଲେ ବିଜେତା ହୋଇପାରିବେ। ଯେଉଁ ନୀତିରେ ପ୍ରଥମ ରାଉଣ୍ଡ ମତଦାନ ହୋଇଛି ଦ୍ବିତୀୟ ରାଉଣ୍ଡ ବି ସେହି ନୀତିରେ ହେବ। ଆଉ ଯଦି ଦ୍ବିତୀୟ ରାଉଣ୍ଡରେ ଫଳାଫଳ ନମିଳେ ତାହାଲେ ତୃତୀୟ ତଥା ଅନ୍ତିମ ରାଉଣ୍ଡ୍‌କୁ ମତଦାନକୁ ଯିବ। ଶେଷରେ ତୃତୀୟ ରାଉଣ୍ଡ ପରେ ଯଦି କୌଣସି ଫଳାଫଳ ନବାହାରେ ତାହାଲେ ଖୱାଜା ହିଁ ଆଇସିସି ଅଧ୍ୟକ୍ଷ ପଦରେ ନିର୍ଦିଷ୍ଟ ସମୟ ପାଇଁ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe