୪ର୍ଥ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିଜୟୀ, ହେଲେ ଦେବାକୁ ପଡ଼ିବ ଜରିମାନା

Advertisment

ଆଇସିସି ଦେଲା ନିର୍ଦ୍ଦେଶ

ଆଇସିସି ଦେଲା ନିର୍ଦ୍ଦେଶ

୪ର୍ଥ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିଜୟୀ, ହେଲେ ଦେବାକୁ ପଡ଼ିବ ଜରିମାନା

ଜୋହାନେସବର୍ଗ: ଚତୁର୍ଥ ଦିନିକିଆରେ ଭାରତକୁ ପରାସ୍ତ କରିଥିବା ଦକ୍ଷିଣ ଆଫ୍ରିକାକୁ ଜରିମାନା ଦେବା ପାଇଁ ଆଇସିସି ନିର୍ଦ୍ଦେଶ ଦେଇଛି। ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡ଼ିୟମରେ ଶନିବାର ବର୍ଷା ବାଧିତ ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟରେ ବିଜୟ ଲାଭ କରିଛି। ଅଡେନ ମାର୍କମଙ୍କ ଟିମ୍‌ ନିର୍ଦ୍ଧାରିତ ସମୟ ଭିତରେ ଗୋଟିଏ ଓଭର କ୍ଷିପ୍ର ଗତିରେ ବୋଲିଂ କରିଛି ବୋଲି ଆସିସି ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରାଫ୍ଟ କହିଛନ୍ତି।

ଖେଳାଳି ଓ ଅଧିକାରୀମାନଙ୍କ ପାଇଁ ଆଇସିସି ଆଦର୍ଶ ଆଚରଣ ବିଧିର ଧାରା ୨.୫.୧ ଅନୁସାରେ ଖେଳାଳିଙ୍କୁ ନିର୍ଦ୍ଧାରିତ ସମୟ ଠାରୁ କ୍ଷିପ୍ର ଗତିରେ ବୋଲିଂ କରିବା ଦେଖାଗଲେ ପ୍ରତ୍ୟେକ ଓଭର ପାଇଁ ଜରିମାନା ଲାଗି ଥାଏ। ଏହି ନିୟମରେ ଅଧିନାୟକଙ୍କ ଜରିମାନ ଦୁଇ କରି ଦିଆଯାଇ ଥାଏ।

publive-image

ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ମାର୍କମଙ୍କୁ ମ୍ୟାଚ୍‌ ଶୁଲ୍କର ୨୦ ପ୍ରତିଶତ ରାଶି ଜରିମାନା ସୂତ୍ରରେ ଦେବାକୁ ପଡ଼ିବ। ଯଦି ମାର୍କମଙ୍କ ଟିମ୍‌ ୧୨ ମାସ ମଧ୍ୟରେ ଦିନିକିଆରେ ଆଉ ଗୋଟିଏ ଓଭର କ୍ଷିପ୍ର ଗତିରେ ବୋଲିଂ କରନ୍ତି, ତା’ହେଲେ ଦ୍ୱିତୀୟ ଲଂଘନ ଧରାଯିବ ଓ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବନ କରାଯିବ ବୋଲି ଆଇସିସି କହିଛି।

ମାର୍କମ ମ୍ୟାଚ୍‌ ଶେଷ ହେବା ପରେ ପ୍ରସ୍ତାବିତ ଜରିମାନାକୁ ସ୍ୱୀକାର କରିଛନ୍ତି। ଏଥି ପାଇଁ ଅଧିକାରୀଙ୍କୁ ଘୋଷଣା ଶୁଣିବାକୁ ପଡ଼ି ନାହିଁ। ଗୋଟିଏ ଓଭର ବୋଲିଂ ବିଳମ୍ବ ନେଇ ପଡ଼ିଆର ଅମ୍ପାୟାର ଅଲିମ ଡର, ବୋଙ୍ଗାନୀ ଜେଲେ, ୩ୟ ଅମ୍ପାୟାର ଇୟାନ ଗୋଲ୍ଡ ଓ ୪ର୍ଥ ଅମ୍ପାୟାର ସାନ୍‌ ଜର୍ଜ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe