ଆଇସିସି ଦିନିକିଆ ଟିମରେ ନାହିଁ ଭାରତ, ଅଧିନାୟକ ହେଲେ ଏହି ଦେଶର ଖେଳାଳି

ଆଇସିସି ୨୦୨୪ ମସିହାର ପୁରୁଷ ଦିନିକିଆ ଦଳ ଘୋଷଣା କରିଛି ଏବଂ କିଛି ଦେଶର ଖେଳାଳିମାନଙ୍କୁ ତାଲିକାରେ ସ୍ଥାନ ଦେଇଛି। ତେବେ ଏହି ତାଲିକାରେ ଭାରତ ବା ଭାରତର କୌଣସି ଖେଳାଳି ନଥିବା ଦେଖାଯାଇଛି।

ticcc

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୪ ପାଇଁ ପୁରୁଷ ଦିନିକିଆ ଦଳ ଘୋଷଣା କରିଛି। ଏହି ତାଲିକାରେ ୫୦ ଓଭର ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିମାନେ ସାମିଲ ଅଛନ୍ତି। ଦଳରେ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜର ଖେଳାଳିମାନେ ଅଛନ୍ତି ଏବଂ ଏହି ପ୍ଲେଇଂ ୧୧ରେ, ଶ୍ରୀଲଙ୍କା ଖେଳାଳି ଚରିଥ ଅସଲଙ୍କାଙ୍କୁ ଅଧିନାୟକ ଭାବରେ ମନୋନୀତ କରାଯାଇଛି।

୨୦୨୪ ମସିହାରେ ୫୦ ଓଭର ଫର୍ମାଟ ପାଇଁ ପ୍ରକାଶିତ ଦଳ ତାଲିକାରେ ଜଣେ ବି ଭାରତୀୟ ଖେଳାଳି ସ୍ଥାନ ପାଇପାରି ନାହାନ୍ତି। ଆଇସିସି ଦ୍ୱାରା ଘୋଷିତ ଦଳରେ ଶ୍ରୀଲଙ୍କାର ଚାରି ଜଣ, ପାକିସ୍ତାନ ଏବଂ ଆଫଗାନିସ୍ତାନର ତିନି ଜଣ ଲେଖାଏ ଏବଂ ୱେଷ୍ଟଇଣ୍ଡିଜର ଜଣେ ଖେଳାଳି ଅଛନ୍ତି। ଭାରତ କେବଳ ତିନୋଟି ଦିନିକିଆ ଖେଳିଥିଲା। ୩ଟି ମଧ୍ୟରେ ୨ଟିରେ ହାରିଥିବା ବେଳେ ଗୋଟାଏ ମ୍ୟାଚ୍ ଡ୍ର ହୋଇଥିଲା।

୨୦୨୪ରେ ତାଙ୍କର ଚମତ୍କାର ବ୍ୟାଟିଂ ପାଇଁ ଶ୍ରୀଲଙ୍କା ଅଧିନାୟକ ଚରିଥ୍ ଅସଲଙ୍କାଙ୍କୁ ଆଇସିସି ଦଳର ଅଧିନାୟକ ଭାବରେ ମନୋନୀତ କରାଯାଇଛି। ୨୦୨୪ ମସିହାରେ ୧୬ଟି ଦିନିକିଆ ମ୍ୟାଚ୍‌ରେ, ଅସଲଙ୍କା ୫୦.୨ ହାରରେ ୬୦୫ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଏବଂ ଚାରୋଟି ଅର୍ଦ୍ଧଶତକ ସାମିଲ ଥିଲା। ଗତ ବର୍ଷ ଶ୍ରୀଲଙ୍କା ୧୮ଟି ଦିନିକିଆ ଖେଳିଥିଲା, ଯାହା ସମସ୍ତ ଦଳ ମଧ୍ୟରେ ସର୍ବାଧିକ ଥିଲା, ଏବଂ ସେଥିମଧ୍ୟରୁ ୧୨ଟିରେ ବିଜୟୀ ହୋଇଥିଲା। ପାକିସ୍ତାନ ତା’ର ୯ଟି ଦିନିକିଆରୁ ୭ଟି ଜିତିଥିଲା। ଏହା ସହ ଆଫଗାନିସ୍ତାନ ତା’ର ୧୪ଟି ଦିନିକିଆରୁ ୮ଟି ଜିତିଥିଲା।

ଆଇସିସି ପୁରୁଷ ଦିନିକିଆ ଦଳ ୨୦୨୪: ଚରିଥ ଅସଲଙ୍କା (ଅଧିନାୟକ) (ଶ୍ରୀଲଙ୍କା), ସାମ୍ ଆୟୁବ (ପାକିସ୍ତାନ), ରହମାନୁଲ୍ଲା ଗୁରବାଜ (ଆଫଗାନିସ୍ତାନ), ପଥୁମ୍ ନିସାଙ୍କ (ଶ୍ରୀଲଙ୍କା), କୁସଲ ମେଣ୍ଡିସ୍ (ୱିକେଟକିପର) (ଶ୍ରୀଲଙ୍କା), ଶେରଫାନ୍ ରଥରଫୋର୍ଡ (ୱେଷ୍ଟଇଣ୍ଡିଜ୍) ), ଆଜମତୁଲ୍ଲା ଉମରଜାଇ (ଆଫଗାନିସ୍ତାନ), ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା), ଶାହିନ ଶାହ ଆଫ୍ରିଦି (ପାକିସ୍ତାନ), ହାରିସ ରୌଫ (ପାକିସ୍ତାନ) ଓ ଏଏମ୍ ଘଜାନଫର (ଆଫଗାନିସ୍ତାନ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe