Image Courtesy of Sportskeeda
ନୂଆଦିଲ୍ଲୀ: ‘ଆଇସିସି’ ଆଜି ପୁରୁଷ ଟି୨୦ ବିଶ୍ବକପ୍ ୨୦୨୨ କ୍ରୀଡ଼ା-ସୂଚୀ ଘୋଷଣା କରିଛି। କ୍ରୀଡ଼ା-ସୂଚୀ ଅନୁସାରେ, ଆଗାମୀ ଅକ୍ଟୋବର ୨୩ ତାରିଖ ଦିନ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଭାରତ ଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ୍ରେ ସେମାନଙ୍କର ପ୍ରଥମ ମ୍ୟାଚ୍ ଖେଳିବେ।
ଟି୨୦ ବିଶ୍ବକପ୍ ଟାଇଟଲ୍ ବଜାୟ ରଖିବାକୁ ଅକ୍ଟୋବର ୨୨ ତାରିଖ ଦିନ ‘ଗତବର୍ଷର ଫାଇନାଲ୍ ରି-ରନ୍’ରେ ଅଷ୍ଟ୍ରେଲିଆ ନିଉଜିଲାଣ୍ଡ୍ ବିପକ୍ଷରେ ଖେଳିବ। ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍କୁ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଆୟୋଜନ କରିବ।
ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଗ୍ରୁପ୍-୧ରେ ରହିବେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ୍, ଇଂଲଣ୍ଡ୍, ଆଫଗାନିସ୍ତାନ, ‘ଗ୍ରୁପ୍ ଏ ବିଜୟୀ’ ଏବଂ ‘ଗ୍ରପ୍ ବି ରନର୍ସ-ଅପ୍’।
Image Courtesy of Republic Worldସେହିପରି, ଗ୍ରୁପ୍-୨ରେ ରହିବେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ‘ଗ୍ରପ୍ ବି ବିଜୟୀ’ ଏବଂ ଗ୍ରୁପ୍ ଏ ରନର୍ସ-ଅପ୍’।
ଆଡେଲାଇଡ୍, ବ୍ରିଜ୍ବେନ୍, ଗିଲଙ୍ଗ୍, ହୋବାର୍ଟ, ମେଲବର୍ଣ୍ଣ, ପର୍ଥ ଏବଂ ସିଡ୍ନିରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍ରେ ୧୬ଟି ଦେଶ ଭାଗ ନେବେ।
ଅକ୍ଟୋବର ୧୬ରେ ଗିଲଙ୍ଗ୍ରେ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ରାଉଣ୍ଡ୍ରେ ‘ଏ ଗ୍ରୁପ୍’ର ଓପେନର୍ ଭାବେ ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ମୁକାବିଲା ହେବ ଏବଂ ତାଙ୍କ ସହ ଯୋଗ ଦେବେ ଦୁଇ କ୍ବାଲିଫାୟର୍।
‘ବି ଗ୍ରୁପ୍’ରେ ଖେଳିବେ ୱେଷ୍ଟ୍ ଇଣ୍ଡିଜ୍ ଏବଂ ସ୍କଟ୍ଲାଣ୍ଡ୍ ଏବଂ ତାଙ୍କ ସହ ଯୋଗ ଦେବେ ଦୁଇ କ୍ବାଲିଫାୟର୍।
ନଭେମ୍ବର ୧୩ ତାରିଖ ରାତିରେ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଏହି ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ ଖେଳ ଆୟୋଜନ କରାଯିବ।
Follow Us