Advertisment

ମହିଳା ବିଶ୍ବକପ : ବିଜେତା ଦଳକୁ ମିଳିବ ୪୦ କୋଟି

Advertisment

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୫ ମହିଳା ଦିନିକିଆ ବିଶ୍ୱକପର ପୁରସ୍କାର ରାଶି ଉଲ୍ଲେଖନୀୟଭାବେ ବୃଦ୍ଧି କରିଛି। ଏବେ ଚାମ୍ପିଅନ୍ ଦଳକୁ ପ୍ରାୟ ୪୦ କୋଟି ଟଙ୍କା ଦିଆଯିବ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୫ ମହିଳା ଦିନିକିଆ ବିଶ୍ୱକପର ପୁରସ୍କାର ରାଶି ଉଲ୍ଲେଖନୀୟଭାବେ ବୃଦ୍ଧି କରିଛି। ଏବେ ଚାମ୍ପିଅନ୍ ଦଳକୁ ପ୍ରାୟ ୪୦ କୋଟି ଟଙ୍କା ଦିଆଯିବ।

New Project (13)

ଲଣ୍ଡନ : ମହିଳା କ୍ରିକେଟର ଲୋକପ୍ରିୟତାକୁ ପ୍ରୋତ୍ସାହିତ କରିବା ଏବଂ ପୁରୁଷ କ୍ରିକେଟରଙ୍କ ପରି ସେମାନଙ୍କୁ ସମାନ ସମ୍ମାନ ଦେବା ପାଇଁ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୫ ମହିଳା ଦିନିକିଆ ବିଶ୍ୱକପର ପୁରସ୍କାର ରାଶି ଉଲ୍ଲେଖନୀୟଭାବେ ବୃଦ୍ଧି କରିଛି। ଏବେ ଚାମ୍ପିଅନ୍ ଦଳକୁ ପ୍ରାୟ ୪୦ କୋଟି ଟଙ୍କା ଦିଆଯିବ।

ଉଲ୍ଲେଖନୀୟ ଯେ ୨୦୨୫ ମହିଳା ଦିନିକିଆ ବିଶ୍ୱକପ୍ ସେପ୍ଟେମ୍ବର ୩୦ରୁ ଖେଳାଯିବ। ଏଥର ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଛି। ଏହି ବିଶ୍ୱକପରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ।

ଉଲ୍ଲେଖନୀୟ ଯେ ୨୦୨୫ ମହିଳା ଦିନିକିଆ ବିଶ୍ୱକପ୍ ସେପ୍ଟେମ୍ବର ୩୦ରୁ ଖେଳାଯିବ। ଏଥର ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଛି। ଏହି ବିଶ୍ୱକପରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ।

ଏହି ବିଶ୍ୱକପରେ, ବିଜେତା ଦଳକୁ ୪୪.୮୦ ଲକ୍ଷ ଡଲାର (ପ୍ରାୟ ୩୯.୫୫ କୋଟି ଟଙ୍କା) ପୁରସ୍କାର ରାଶି ମିଳିବ, ଯାହା ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ପୁରସ୍କାର ରାଶି ହେବ। ସେହିପରି ରନର୍ସ ଅପ ଦଳକୁ ୨.୨୪ ନିୟୁତ ଡଲାର ବା ୧୯.୭୭ କୋଟି ଟଙ୍କା ମିଳିବ ।

ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୩.୮୮ ମିଲିୟନ ଡଲାର (ପ୍ରାୟ ୧୨୨.୫ କୋଟି ଟଙ୍କା) ପୁରସ୍କାର ରାଶି ଘୋଷଣା କରିଛି। ଗତ ବିଶ୍ବକପରେ ମୋଟ ପୁରସ୍କାର ରାଶି ମାତ୍ର ୩୧ କୋଟି ଟଙ୍କା ଥିଲା । ଅର୍ଥାତ ଏଥର ପୁରସ୍କାର ରାଶି ୨୯୭ ପ୍ରତିଶତ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe